Tuesday, August 23, 2022
Homeମାଗଣା ପରଲ ଚକ୍ଷୁ ପରୀକ୍ଷା ଶିବିର। ହିଞ୍ଜିଳିକାଟୁ

ମାଗଣା ପରଲ ଚକ୍ଷୁ ପରୀକ୍ଷା ଶିବିର। ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ, ଆମ୍ ଆଦମୀ ପାର୍ଟି ଆସିକା ଲୋକସଭା ଆବାହକ ମିଟୁ ସାବତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଲ ଓ ହିଞ୍ଜିଳିକାଟୁ ମିଳିତ ଆନୁକୁଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ମୁନି ସମାଜ କୋଠ ଘର ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରକୁ ଶ୍ରୀଯୁକ୍ତ ମିଟୁ ସାବତ ସଭାପତିତ୍ବ କରିଥିବା ବେଳେ ଶ୍ରୀ ଆଦିତ୍ୟ ରଥ,ଶ୍ରୀ ସୁବାସ ଚନ୍ଦ୍ର ରାଉତ,ଶ୍ରୀ ହର ପ୍ରସାଦ ରାଓ,ଶ୍ରୀ ନିଶିକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ।ଏବଂ  ଆମ୍ ଆଦମୀ ପାର୍ଟିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃ ଶୁଳ୍କ କରାଗଲା।ମୋଟ 121 ଜଣଙ୍କର ଚକ୍ଷୁ ପରୀକ୍ଷା କରାଗଲା।ମୋଟ 30 ଜଣଙ୍କୁ ଚଷମା ଦିଆଗଲା।ମୋଟ 25 ଜଣଙ୍କୁ ପରଳ  ବା ମୋତିଆ ବିନ୍ଦୁ ଚିହ୍ନଟ କରାଗଲା।ଓ ଆଉ 25 ଜଣଙ୍କୁ ଅସ୍ତ୍ରପ୍ରଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ୍ କୁ ପଠାଇ ଦିଆଗଲା।12 ଜଣଙ୍କର ରୋଟିନା ଚେକଅପ କରାଗଲା।ଶ୍ରୀ ନଳିନୀ କାନ୍ତ ରାଉତ,ଶ୍ରୀ ହୃଷୀକେଶ ରଥ, ମିସ ପାୟଲ ଗୌଡ଼,ମିସ୍ ସୁନିତା ଗୌଡ଼,ମିସ୍ ମୌସୁମୀ ଓ ଶ୍ରୀ ଇ. ସକିଲ,ଶ୍ରୀ ସୁକେଶ ପାଣିଗ୍ରାହୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!