Tuesday, August 23, 2022
Homeଟାଟା ପାୱାର କାର୍ଯ୍ୟଳୟ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଧାରଣା।ବ୍ରହ୍ମପୁର

ଟାଟା ପାୱାର କାର୍ଯ୍ୟଳୟ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଧାରଣା।ବ୍ରହ୍ମପୁର

ବର୍ତ୍ତମାନ ବିଦ୍ୟୁତ କ୍ଷେତ୍ରରେ ଟାଟା ପାୱାର ଯେଉଁ ପ୍ରକାର ମନମାନି କରିବା ସହ ବିଭିନ୍ନ  ଆଳ ଦେଖାଇ ବାରଂବାର ପାୱାର କଟ୍ କରୁଛି କହିବାକୁ ଗଲେ  ଦିନରେ 4 ରୁ5 ଘଣ୍ଟା ପାୱାର କଟ୍ ହେଉଛି। ଏହା ଦ୍ବାରା ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।ତାହା ସାଙ୍ଗକୁ ତ୍ରୁଟି ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ସମସ୍ୟା ଏବଂ ତାହାର ସମାଧାନ ପାଇଁ ଗଲେ ଏ ଅଫିସ ରୁ ସେ ଅଫିସ କୁ ଦୌଡ଼ାଉଛନ୍ତି। ତେଣୁ କରି ଟାଟା ପାୱାର ର ଦୌରାମ୍ୟ ଯୋଗୁଁ ସମସ୍ତ ଗ୍ରାହକ ମାନେ ତାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକ ଅଛି। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଟାଟା ପାୱାର ନ ଆସିବା ପୂର୍ବରୁ ଆମର ଆଉଟ୍ ସୋର୍ସ ଭାଇ ମାନେ ଯେଉଁଭଳି ନିରିବିଛିନ୍ନ ସେବା ଦେଇ ଆସୁଥିଲେ ତାହା ଫାଇଲିନ ହେଉ କିମ୍ବା ହୁଡୁହୁଡୁ ସମୟରେ ଗ୍ରାହକ ମାନଙ୍କ ସହିତ ହାତରେ ହାତ ମିଶାଇ ଯେଉଁ ସେବା ଦେଇ ଆସୁଥିଲେ ସେହି ପିଲା ମାନଙ୍କୁ ଆଜି ଚାକିରି ନାହିଁ ସେମାନେ ଗୁତି ଶ୍ରମିକ ଭଳି 8000 ରୁ 9000 ଟଙ୍କାରେ ବହୁ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି।2018 ମସିହା ଚୁକ୍ତି ଅନୁସାରେ ସରକାରୀ ନିୟମ ଏବଂ ସିନୀୟରିଟି ଅନୁସାରେ ଚାକିରି ଦେବାକୁ ହୋଇଥିଲା।ତାହାରି ପ୍ରତିବାଦ ରେ 11 ମାସ ପର୍ଯ୍ୟନ୍ତ 2021 2022 ମସିହା ଆନ୍ଦୋଳନ କରିଥିଲୁ।19.4.2022 ତାରିଖରେ ଜିଲ୍ଲାପାଳ ହସ୍ତକ୍ଷେପ କରି ସିନିୟରିଟି ଅନୁସାରେ ଦେବା ପାଇଁ ତ୍ରିପାକ୍ଷିକ ଆଲୋଚନା କରି ପତ୍ର ଦ୍ଵାରା ଜଣାଇଥିଲେ।ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏଣୁ ଆଜି ସକାଳ 11 ଘଣ୍ଟ ଠାରୁ 2.30 ମିନିଟ୍ ପର୍ଯ୍ୟନ୍ତ ଗେଟ୍ ମିଟିଂ ଓ ବିକ୍ଷୋଭ କରାଯାଉଛି।ଯଦି ଓଡ଼ିଶା ସରକାର କିମ୍ବା ଟାଟା କର୍ତୃପକ୍ଷ କାର୍ଯ୍ୟକାରୀ ନକଲେ ଆସନ୍ତା 9.8.2023 ତାରିଖ ଦିନ କ୍ରାନ୍ତି ଦିବସରେ ସ୍ଥଗିତ ହୋଇଥିବା ଧାରଣା ପୁନର୍ବାର ଚାଲୁ କରାଯିବା। ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା,ସଭାପତି ବିନଦ ଚନ୍ଦ୍ର ସାହୁ,ସମ୍ପାଦକ ସୁଶାନ୍ତ କୁମାର ଗୌଡ଼,ସହକାରୀ ସଂପାଦକ ଏଲ. ନିରଞ୍ଜନ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!