Tuesday, August 23, 2022
Homeଧରାକୋଟ ଓ ମୁଣ୍ଡମରାଇ ରେ ନୂତନ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ଉଛବ

ଧରାକୋଟ ଓ ମୁଣ୍ଡମରାଇ ରେ ନୂତନ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ଉଛବ

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀର ନୂତନ ବିଦ୍ୟାର୍ଥୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଅକ୍ଷୟ ପଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସ୍ବର୍ଗତ ରାଜା ଅନନ୍ତ ନାରାୟଣ ସିଂହଦେଓ ଙ୍କ ସ୍ମୃତି ଚାରଣ କରାଯାଇଥିଲା । ନୂତନ ବିଦ୍ୟାର୍ଥୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ,ସମୟସୀମା,ନୀତି ନିୟମ ପାଳନ ସହ ରେଗିଂ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅଧ୍ୟାପକ ବଳରାମ ସ୍ୱାଇଁ,ଅଧ୍ୟାପିକା ଖିରା ବ୍ଦି ସାହୁ,ରାଜଶ୍ରୀ ବେହେରା,ସସ୍ମିତା ବେହେରା,ପୂର୍ଣ୍ଣ ଚନ୍ଦ୍ର ଦାସ,ଦିଲିପ ମହାନ୍ତି,ସନ୍ଦୀପ ପଟ୍ଟନାୟକ,ପ୍ରଦୀପ ନାୟକ ଓ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉଛବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଗମ୍ବର ବିଷୋୟୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଶ୍ରେଣୀର 254 ଓ ବିଜ୍ଞାନ ଶ୍ରେଣୀର 100 ଛାତ୍ର ଛାତ୍ରୀ ମାନଙ୍କୁ ଦ୍ଵାଦଶ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଫୁଲ,ଚନ୍ଦନ ଦେଇ ସ୍ଵାଗତ କରିଥିଲେ । ଅଧ୍ୟାପକ ଦୁର୍ଗା ପ୍ରସାଦ ଆଚାରୀ ଏଥିରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶଙ୍କର ସାହୁ,ଜଗନ୍ନାଥ ପଟ୍ଟନାୟକ ଓ ଅଧ୍ୟାପିକା ଡକ୍ଟର ସୁମିତ୍ରା ପାଢ଼ୀ ପ୍ରମୁଖ  ନୂତନ ବିଦ୍ୟାର୍ଥୀ ମାନଙ୍କୁ ଶୃଙ୍ଖଳିତ ଓ ଦାୟିତ୍ୱ ସମ୍ପନ୍ନ ସାଙ୍ଗକୁ କର୍ତ୍ତବ୍ୟ ପରାୟଣ ହେବା ପାଇଁ ଉପଦେଶ ଦେଇଥିଲେ। ଶେଷରେ ଅଧ୍ୟାପକ ରଞ୍ଜନ ପଟ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!