Tuesday, August 23, 2022
Homeଓ ଏ ଏସ ପରୀକ୍ଷାରେ ଅଷ୍ଟମ ସ୍ଥାନରେ ଧରାକୋଟ ର ମୀମାଂସା

ଓ ଏ ଏସ ପରୀକ୍ଷାରେ ଅଷ୍ଟମ ସ୍ଥାନରେ ଧରାକୋଟ ର ମୀମାଂସା

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ଝିଅ ମୀମାଂସା ସାହୁ ପ୍ରଥମ ଦଶ ଜଣ ଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଧରାକୋଟ ବଜାର ସାହିର ରବୀନ୍ଦ୍ର କୁମାର ସାହୁ ଓ ଆରତୀ ସାହୁଙ୍କ ଝିଅ ମୀମାଂସା କେନ୍ଦ୍ରୀୟ ବିଦ୍ୟାଳୟ ରାଞ୍ଚି ରେ ପ୍ରଥମରୁ ଦଶମ ଶ୍ରେଣୀ,ବ୍ରହ୍ମପୁର ଆରିହାଣ୍ଟ କଲେଜ ରେ ଯୁକ୍ତ ଦୁଇ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରରେ ଯୁକ୍ତ ତିନି ବିଜ୍ଞାନ ରେ ସଫଳତାର ସହ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ରେ ରେଙ୍କ ୱାନ ପାଇ ଟପର ହୋଇଥିଲେ । ଏହା ପରେ ସେହି ବିଶ୍ଵ ବିଦ୍ୟାଳୟ ରୁ ସାଧାରଣ ପ୍ରଶାସନ ବିଭାଗ ରେ ପିଜି ପାଠ୍ୟକ୍ରମ ସମାପ୍ତ କରିଥିଲେ । ପିତା ରବୀନ୍ଦ୍ର ସି ଆର ପି ଏଫ ରେ ସବ ଇନ୍ସପେକ୍ଟର ଭାବେ କଲିକତା ରେ କାର୍ଯ୍ୟରତ ଥିବା ବେଳେ ମାତା ଆରତୀ ଜଣେ ଗୃହିଣୀ । ଏକ ସାକ୍ଷାତକାର ରେ ମୀମାଂସା କଠିନ ପରିଶ୍ରମ ଓ ବଡ଼ ମାନଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହେଲା ବୋଲି ପ୍ରକାଶ କରିବା ସହ ଭବିଷ୍ୟତ ରେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହେବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ମୀମାଂସା ଙ୍କୁ ଧରାକୋଟ ପ୍ରେସକ୍ଲବ ତରଫରୁ  ହୃଦାନନ୍ଦ ଜେନା, ବିଷ୍ଣୁ କେଶରୀ ଆଚାର୍ଯ୍ୟ,  ଗିରିଜା ପ୍ରସାଦ ରଥ, ପୁର୍ଣ୍ଣ ଚନ୍ଦ୍ର ନାୟକ, ରୁଦ୍ର ନାରାୟଣ ପଣ୍ଡା, ଶିବାଜୀ ଗଣେଶ ପଣ୍ଡା,ଶିଶିର ମହାନ୍ତି,ରବି ନନ୍ଦନ ପ୍ରଧାନ,ଅଶେଷ ପାତ୍ର ପ୍ରମୁଖ ଙ୍କ ସମେତ ଅଞ୍ଚଳ ବସି ଶୁଭେଚ୍ଛା ଜଣାଇଛନ୍ତି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!