Tuesday, August 23, 2022
Homeଜିଲ୍ଳାର ପ୍ରଥମ ପି ଏମ ଏ ୱାଈ ଗୃହ ପରିଦର୍ଶନ କଲେ ଜିଲ୍ଲାପାଳ

ଜିଲ୍ଳାର ପ୍ରଥମ ପି ଏମ ଏ ୱାଈ ଗୃହ ପରିଦର୍ଶନ କଲେ ଜିଲ୍ଲାପାଳ

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସରକାର ହିତାଧିକାରୀ ମାନଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି । ଆବାସ ଯୋଜନାରେ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ ସମ୍ପନ୍ନ କଲେ ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏଥି ପାଇଁ ଚାରି ମାସ ବା 120 ଦିନର ଘୋଷଣା କରାଯାଇଛି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇ ପଂଚାୟତର ମୁଣ୍ଡମରାଇ ଗ୍ରାମର ଡେରା ସାହିର ଜିତେନ୍ଦ୍ର ସାହୁ ମାତ୍ର ତିରିଶି 30 ଦିନରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ନିଜର ଗୃହ ନିର୍ମାଣ ସମାପ୍ତ କରି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ବାପା ସନ୍ତୋଷ ପାତ୍ର ଏବଂ ଭାଇ ଓ ଭଉଣୀ ସହ ଏକ ଝାଟି ମାଟି କୁଡିଆ ଘରେ ରହୁଥିବା ଜିତେନ୍ଦ୍ର ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ପଞ୍ଚାୟତ ମାଧ୍ୟମରେ ବ୍ଲକ କର୍ତୃପକ୍ଷ ଙ୍କ ନିକଟରେ ଆବେଦନ କରିଥିଲେ । ଏଥିରେ ସାମିଲ ହେବା ପରେ କାର୍ଯ୍ୟାଦେଶ ପାଇ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଗତ ମାସ ଜୁନ 31ତାରିଖରେ ତାଙ୍କ ଖାତାକୁ ଚାଳିଶି ହଜାର ଟଙ୍କା,ଜୁନ 28 ତାରିଖରେ ଦ୍ଵିତୀୟ କିସ୍ତିରେ ପଞ୍ଚଷଠି ହଜାର ଟଙ୍କା ଓ ଶେଷ କିସ୍ତିରେ ଜୁଲାଇ 31 ତାରିଖ ଦିନ ପଚିଶି ହଜାର ଟଙ୍କା ଯାଇଥିଲା । ଲେବର ମୂଲ୍ୟ ବାବଦକୁ ପଚିଶି ହଜାର ପାଞ୍ଚଶହ ପନ୍ଦର ଟଙ୍କା ମଧ୍ୟ ତାଙ୍କୁ ସରକାର ପ୍ରଦାନ କରିଥିଲେ। କମ ସମୟ ସୀମା ମଧ୍ୟରେ ନିଜର ଆବାସ ଯୋଜନାରେ ଗୃହ ନିର୍ମାଣ କରିଥିବାରୁ ଏଥିରେ ଖୁସିବ୍ୟକ୍ତ କରି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ 
ଡେନିସ ବେହେରା,ସରପଞ୍ଚ ଅଭିମନ୍ୟୁ ସେଠୀ,ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ ଓ ସମାଜ ସେବୀ ଶିବ ଶଙ୍କର ପାତ୍ର ପ୍ରମୁଖ ଜିତେନ୍ଦ୍ରଙ୍କ ଘରେ ପହଞ୍ଚି ତାଙ୍କର ସଫଳତା ପାଇଁ ସାଧୁବାଦ ଜଣାଇଥିଲେ । ପ୍ରକାଶ ଯୋଗ୍ୟ ଜିତେନ୍ଦ୍ର ଏକ ବରା,ପକୁଡ଼ି ଛଣା ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!