Tuesday, August 23, 2022
Homeଯୁକ୍ତ ଦୁଇ ନୂତନ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଯୁକ୍ତ ଦୁଇ ନୂତନ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ ପ୍ରାରମ୍ଭିକ ଭାବେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ କଳା ବିଭାଗ ଶିକ୍ଷା ନିମନ୍ତେ  ମଙ୍ଗଳବାର ଦିନ ନୂତନ ଭାବରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା ନିମନ୍ତ୍ରିତ ଅତିଥି ମାନଙ୍କୁ ପ୍ରଥମେ ବିଦ୍ୟାଳୟ ର ସ୍କାଉଟ ,ଜେଆରସି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା  ବ୍ୟାଣ୍ଡ ବଜାଇ ନିମନ୍ତ୍ରଣ କରାଯିବା ପରେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧୂପ ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ରୂପେ ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟା ଲଘୁ, ପଛୁଆ ବର୍ଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ  ଯୋଗ ଦେଇଥିଲେ ସେହିପରି ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ରାମନାଗୁଡା ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବର୍ତ୍ତମାନ ର ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ, କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା ,ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗି, କମଳ ଲୋଚନ ମୁଟିକା, ସରପଞ୍ଚ ରିତୁ ପ୍ରଭା ଗମାଙ୍ଗ ,ପୁରାତନ ଛାତ୍ର ଗଗନ ବିହାରୀ ଆଚାର୍ଯ୍ୟ, ଜଗଦୀଶ ନାୟକ ବେହେରା, ବନମାଳୀ ମହାରଣା, ରଞ୍ଜନ ନାୟକ ବେହେରା, ନରସିଂହ ପରିଛା ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗ ଦେଇଥିବା ଯୁକ୍ତ ଦୁଇ କଳା ଛାତ୍ର ଛାତ୍ରୀ ମାନଙ୍କୁ 
ମନ୍ତ୍ରୀ ଶ୍ରୀ ସାରକା ରାଜ୍ୟ ସରକାରଙ୍କ ପକ୍ଷରୁ 5-ଟି ରେ ଏହି ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରିବା ସହ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନେ ଯେପରି ଉଚ୍ଚ ଶିକ୍ଷା ରୁ ବଞ୍ଚିତ ନହୁଅନ୍ତୁ ସେ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଯୁକ୍ତ ଦୁଇ କଳା ବିଭାଗ ରେ ଶିକ୍ଷା ଗ୍ରହଣ କରିବା ପାଇଁ   ଉଚ୍ଚ ବିଦ୍ୟାଳୟ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ରୂପାନ୍ତରିତ କରିଥିଲେ ସେଥିପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କୁ ସଠିକ ଭାବରେ ଗ୍ରହଣ କରିବା ସହିତ ଏହି ଅନୁଷ୍ଠାନ ର ନାଁ ରଖିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଗୁଣୁପୁର ବିଧାୟକ  ଶ୍ରୀ ଗମାଙ୍ଗ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ସହିତ ଚାଠ ରେ ଉଦାହରଣ ସ୍ୱରୂପ ନିଜ ଦକ୍ଷତା ବିକାଶ କରି ସୁନାମ ଅର୍ଜନ କରି  ମଧ୍ୟ ଏକ ନମ୍ବର ହେବାକୁ କହିଥିଲେ ଏବଂ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ଦାଶ  ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ଗୁରୁଜନ ,ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ କଥା ଶୁଣି ଭଲ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ ଏବଂ ଅତିରିକ୍ତ  ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ଏବଂ ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ  ନୂତନ ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷ ହୋଇଥିବା ରୁ ଉନ୍ନତ ମାନର ଶିକ୍ଷା ସହିତ ଭବିଷ୍ୟତ ରେ ସଫଳତାର ଶୀର୍ଷ ରେ ପହଁଚିବାକୁ କହିଥିଲେ ।ସେହିପରି ସୁଦୂର ମାଲକାନଗିରି ରୁ ଆସି ଉକ୍ତ ଉତ୍ସବ ରେ ଉପସ୍ଥିତ ଥିବା ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ବିଦ୍ୟାଳୟ ସହ ରହିଥିବା  ସମସ୍ତ ବିଷୟ କୁ ବଖାଣି ଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ବାପା ମାଆ ଗୁରୁଜନ ଙ୍କ କଥା ଶୁଣି ଉତ୍ତମ ଛାତ୍ର ଛାତ୍ରୀ ହେବା ସହିତ ଏହି ବିଦ୍ୟାଳୟ ର ନାଁ ରଖିବ ତା ସହିତ ଭବିଷ୍ୟତ ରେ  ଜଣେ ଜଣେ ବଡ ବଡ ଅଧିକାରୀ ହୋଇ ନିଜ ପରିଚୟ ସହ ଏହି ଅନୁଷ୍ଠାନ ର ପରିଚୟ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି କହିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ କଲମ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା ,ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ପ୍ରମୁଖ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସହକାରୀ  ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!