Tuesday, August 23, 2022
Homeହରିଆଣା ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଆକ୍ରମଣ କୁ ତିବ୍ର ବିରୋଧ କଲା ହିନ୍ଦୁ ମହାସଂଘ

ହରିଆଣା ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଆକ୍ରମଣ କୁ ତିବ୍ର ବିରୋଧ କଲା ହିନ୍ଦୁ ମହାସଂଘ

ଗତକାଲି ହରିଆଣାର ନୁଁହ ଜିଲ୍ଲା ରେ ବିଶ୍ବହିନ୍ଦୁ ପରିଷଦ ର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ଅନ୍ୟ ସଂପ୍ରଦାୟର ର ଉପଦ୍ରବ କାରୀ ମାନେ  ଆକ୍ରମଣ କରିଥିଲେ। ଏହି ଘଟଣା ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଉପଦ୍ରବ କାରୀ ମାନେ ଶତାଧିକ ଗାଡ଼ି କୁ ଜଳାଇ ଦେଇଥିଲେ। ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ଆକ୍ରମଣ କୁ ତିବ୍ର ନିନ୍ଦା କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ ଏହା ସଂପୂର୍ଣ୍ଣ ହିନ୍ଦୁ ସମାଜ ଉପରେ ଆକ୍ରମଣ ଥିଲା ବୋଲି ସେ ବ୍ୟକ୍ତ କରିଛନ୍ତି। ନିରିହ ହିନ୍ଦୁ ମାନଙ୍କର ଉପରେ ଆକ୍ରମଣ କରି ଥିବା ଜେହାଦୀ ବିଚାର ରଖୁଥିବା ବ୍ୟକ୍ତି ମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହା ସହ ସମଗ୍ର ହିନ୍ଦୁ ସମାଜ ଏକ ହୁଅନ୍ତୁ ଏବଂ ଭବିଷ୍ୟତ ପାଇଁ ସତର୍କ ରୁହନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!