ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା 2021 ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ ମୋଟ 432 ଜଣ ଛାତ୍ରଛାତ୍ରୀ କୃତ୍ତୀତ୍ବ ଅର୍ଜନ କରିଥିବା ବେଳେ ଉପାନ୍ତ ମାଲକାନଗିରି ଜିଲ୍ଲା କାଲିମେଳା ର ସି ଏଚ ତିରୁପତି 386 ତମ ରାଙ୍କିଙ୍ଗ ରଖି ଓଏଏସ ପାଇଥିବା ସୂଚନା ମିଳିଛି । ସି ଏଚ ତିରୁପତି କାଲିମେଳା ସଦର ମହକୁମା ତେଲୁଗୁ ସାହି ବାସିନ୍ଦା ହୋଇଥିବା ବେଳେ ବାପା ସି ଏଚ ଭେଙ୍କଟରାବଣା ଏବଂ ସି ଏଚ କଲାବତୀ ଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି l ବାପା 2012 ରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ମା ଏକ ଛୋଟ ବ୍ୟବସାୟ କରି ପିଲା ମାନଙ୍କୁ ପାଠ ପଠାଇଥିଲେ l ତିରୁପତି ବର୍ତ୍ତମାନ କାଲିମେଳା ବ୍ଲକ ଗୁମୁକା ପଞ୍ଚାୟତର ଗ୍ରାମୀଣ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରୁଛନ୍ତି l ନିଜ କାର୍ଯ୍ୟରୁ ସମୟ ବାହାର କରି କଠିନ ପରିଶ୍ରମ ଏବଂ ଏକାଗ୍ରତା ତାକୁ ସଫଳତା ଆଣି ଦେଇଛି l ତିରୁପତି କାଲିମେଳା ହାଟପଦା ପ୍ରାଇମେରୀ ବିଦ୍ୟାଳୟରେ ପାଠ ପଢି ପରେ କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମାଙ୍ଗୀପଲ୍ଲୀ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ l ପରେ ଭୁବନେଶ୍ବର ବିଜେପି କଲେଜରୁ ଯୁକ୍ତ 2 ପାସ କରି ବାଲିମେଳା ବିଜ୍ଞାନ କଲେଜରୁ 2017 ରେ ଡିଗ୍ରୀ ହାସଲ କରିଥିଲେ l ସେ ବିଗତ 2 ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଥମ ବର୍ଷ କିଛି ମାର୍କ ପାଇଁ ସେ ଉତ୍ତୀର୍ଣ୍ଣ ହୋଇ ପରିନଥିଲେ l ତେବେ ନିଜର ଅକ୍ଲାନ୍ତ ପରିଶ୍ରମ ନିଷ୍ଠା ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ବିନା ତାଲିମ ରେ ସେ ଏହି କୃତିତ୍ବ ଅର୍ଜନ କରିଛନ୍ତି l କାଲିମେଳା ତହସିଲ ନିକଟରେ ଥିବା ସାଥୀ ସେଣ୍ଟର ରେ ୟୁଟୁବ ନ୍ୟୁଜ ପେପର ଏବଂ ଗାଇଡ ବୁକ ପଢି ନିଜ ଉଦ୍ୟମରେ ଆଜି ସେ ଏହି ସଫଳତା ପାଇଛନ୍ତି l ଏନେଇ ତିରୁପତି କହିଛନ୍ତି ଏହା ମୋର ସଫଳତାର ପ୍ରଥମ ପାହାଚ, ଭବିଷ୍ୟରେ ଆଇଏଏସ ପାଇବା ପାଇଁ ଉଦ୍ୟମ ଜାରି ରଖିବି, ଅଞ୍ଚଳର ବିକାଶ କରିବା ପାଇଁ ଆଶା ରଖିଛି ବୁଲି ସେ କହିଛନ୍ତି l ସୂଚନା ଅନୁଯାଇ ତିରୁପତି କାଲିମେଳା ଅଞ୍ଚଳରେ ହେଉଥିବା ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ କରି ଆସୁଛନ୍ତି l ତାଙ୍କର ଏହି ସଫଳତା ପରେ କାଲିମେଳା ହୋଇଛନ୍ତି । ଆଜି ରେଜଲ୍ସ ପାଇବା ପରେ କାଲିମେଳା ଅଞ୍ଚଳରେ ଜଣେ ମେଧାବୀ ଛାତ୍ର ଗୌରବ ଅର୍ଜନ କରିବା ପରେ ସମସ୍ତ ଜନସାଧାରଣ ଶିକ୍ଷକ ଶିକ୍ଷୟତ୍ରୀ ଓ ତାଙ୍କ ସାଙ୍ଗସାଥି ମାନେ ଶୁଭେଚ୍ଛା ଜଣାଇଛନ୍ତି ।ଏ ନେଇ ତିରୁପତି ଙ୍କ ପରିବାର ଓସାଙ୍ଗସାଥୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖୁବାକୁ ମିଳିଛି ।