ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଅର୍ଥାତ୍ ହରି ଶୟନ ଏକାଦଶୀ ବଡ଼ ଏକାଦଶୀ ପାଳିତ ହୋଇ ଯାଇଛି।ଏହି ଅବସରରେ ମନ୍ଦିର ର ପୂଜକ ଶିଶିର ପ୍ରଭୁ ଓ ରାଜେଶ ଅଧିକାରୀ ପାହାନ୍ତିଆ ଚାରିଟା ରୁ ଶ୍ରୀ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ଦେବୀ ଙ୍କୁ ରୀତି ନୀତି ଅନୁସାରେ ମଙ୍ଗଳ ଆଳତି,,ସହ ଶ୍ରୀ ମହାପ୍ରଭୁ ଙ୍କସମସ୍ତ କର୍ମ ସମୟାନୁ ସରେ କରି ମହା ପ୍ରଭୁ ଙ୍କୁ ଆଜି ସୁନାବେଶ କରେଇ ଥିଲେ।ଏହି ସୁନାବେଶ ଦେଖିବାକୁ ଆଜି ଭକ୍ତ ମାନଙ୍କ ଭିଡ଼ ମନ୍ଦିରରେ ଲାଗିରହିିବା ଦେଖାଦେଇଥିଲା।ଭକ୍ତ ମାନେ ଏକାଦଶୀ ବ୍ରତ ପାଳନ କରିବା ସହ ଦୀପଦାନ କରିଥିଲେ।ଭଜନ କୀର୍ତ୍ତନ ରେ ପରିବେଶ ପ୍ରକମ୍ପିତ ହୋଇ ଉଠି ଥିଲା।ଦେଖିବାକୁ ଗଲେ ଏହି ହରି ଶୟନ ଏକାଦଶୀ ଆଷାଢ଼ ମାସ ରେ ମହାପ୍ରଭୁ ରଥ ଉପରେ ଥିବା ସମୟରେ ପଡ଼ିବା କଥା କିନ୍ତୁ ଯେହେତୁ ଏବର୍ଷ ଯୋଡ଼ା ଶ୍ରାବଣ ମାସ ଚାଲିଛି,ସେଥିପାଇଁ ଏହି ଏକାଦଶୀ ଶ୍ରାବଣ ମାସରେ ପଡ଼ିଥିବା ଜଣା ଯାଇଛି।ଆଜି ଏହି ଅବସରରେ ସହ ସହ ଭକ୍ତ ଙ୍କ ଭିଡ଼ ଦେଖା ଦେଇଥିଲା। ମନ୍ଦିରର ପୂଜକ ସୁମନ୍ତ ମହାପାତ୍ର, ହେମନ୍ତମହାପାତ୍ର,ଉପେନ୍ଦ୍ର ପାତ୍ର,ସାହାଯ୍ୟ ସହଯୋଗ କରିଥିଲେ।