Tuesday, August 23, 2022
Homeଅବସର ନେଲେ କଉଡିଆ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମଲ୍ଲିକ

ଅବସର ନେଲେ କଉଡିଆ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମଲ୍ଲିକ

ଦୀର୍ଘ ୩୫ ବର୍ଷ କାଳ ଶିକ୍ଷକତା କରିବା ପରେ ଅବସର ନେଲେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମଲ୍ଲିକ l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ କଉଡିଆରେ ଥିବା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମଲ୍ଲିକଙ୍କ ନିମନ୍ତେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ସେ ପ୍ରଧାନଶିକ୍ଷକ ଭାବରେ ନିଜର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମାପନ କରି ଦୀର୍ଘ ଦୁଇ ବର୍ଷ କଉଡ଼ିଆ ହାଇସ୍କୁଲରେ କାର୍ଯ୍ୟ କରିଥିଲେ l ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପାଇଁ ନିଜକୁ ସମର୍ପିତ କରି ପରିଶେଷରେ ଅବସର ନେଲେ। ଦୁଇବର୍ଷ ଭିତରେ ସମସ୍ତ ଛାତ୍ରଛାତ୍ରୀ, ନିଜର ସହକର୍ମୀ ଓ ଗ୍ରାମବାସୀଙ୍କୁ ସ୍ନେହ ମମତାରେ ବାନ୍ଧି ଦେଇଥିଲେ l ତାଙ୍କରି ଅବସର ରେ ସମସ୍ତ ଛାତ୍ରଛାତ୍ରୀ ସହକ୍ରମୀ ଙ୍କ ଆଖିରେ ଲୁହ ବୋହିଥିଲା l ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ସରକାରଙ୍କ ନିୟମ ପାଖରେ ସମସ୍ତେ ବନ୍ଧା l ତେଣୁ ତାଙ୍କୁ ଅବସର ନେବାକୁ ପଡୁଥିବା କଥା କହିଥିଲେ l ସମସ୍ତ ଛାତ୍ରଛାତ୍ରୀ ମାନଧ୍ୟାନ ଦେଇ ପାଠ ପଢିବା ପାଇଁ କହିବା ସହିତ ସହକର୍ମୀ ମାନେ ନିଜ ନିଜର ଦାୟିତ୍ୱ ସୁଚାର ରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ l ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନେଇଥିବା ଶିକ୍ଷକ ଦେବେନ୍ଦ୍ର ଦଳାଇଙ୍କ ସମେତ ସମସ୍ତ ଶିକ୍ଷକ, ୬୧ ନମ୍ବର ଜୋନର ଜିଲ୍ଲାପରିଷଦ ଅମିନ ପ୍ରଧାନ, ଭାସ୍କର ପ୍ରଧାନ, କାଳୁଚରଣ ପରିଡା, ଶିଶିର ଦଳାଇ, ଭୁବନେଶ୍ୱର ପ୍ରଧାନ, ସ୍କୁଲ ସଭାପତି ଅନୁଜ ଦଳାଇଙ୍କ ସମେତ ଶିକ୍ଷାପ୍ରେମୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଆସି ସଭାରେ ଶିକ୍ଷକଙ୍କ ଗୁଣଗାନ କରିଥିଲେ l
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!