Tuesday, August 23, 2022
Homeନବୋଦୟ ବିଦ୍ୟାଳୟ-୨ରେ କ୍ୟାରିୟର କାଉନ୍ସେଲିଂ

ନବୋଦୟ ବିଦ୍ୟାଳୟ-୨ରେ କ୍ୟାରିୟର କାଉନ୍ସେଲିଂ

ମାଲକାନଗିରି ଜିଲା ବାଲିମେଳା ସ୍ଥିତ ନବୋଦୟ ବିଦ୍ୟାଳୟ–୨ରେ କ୍ୟାରିୟର କାଉନ୍‌ ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ଯକ୍ଷ ଯତୀନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥ‌ିରେ ମୁଖ୍ୟ ଅତିଥି ଭାବେ ଉପ ଜିଲାପାଳ ତଥା ପୂର୍ବତନ ଛାତ୍ର ତ୍ରିନାଥ ମାଝି ଯୋଗଦେଇ ଛାତ୍ରୀଛାତ୍ରଙ୍କର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶିକ୍ଷାବିତ ଅଙ୍ଗତ ଖୋସଲା ପିଲା ମାନଙ୍କୁ କ୍ୟାରିୟର ବିଷୟରେ
ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମାଲକାନଗିରି ଏସ୍‌ଡିସି ଚେୟାରମ୍ୟାନ ଆଡମା ରାବା ଯୋଗଦେଇ ଏକାଗ୍ରତା ଓ ନିଷ୍ଠାବାନ ହୋଇ ପାଠ ପଢ଼ାରେ ମନୋନିବେଶ କରିବା ଦରକାର । ସଫଳତା ଆପେ ଆପେ ମିଳିଯିବ ବୋଲି କହିଥିଲେ। ଗଞ୍ଜାମ ଓ କୋରାପୁଟର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ସଦସ୍ୟମାନଙ୍କ ସହଭାଗିତାରେ ଛାତ୍ରୀଛାତ୍ରଙ୍କୁ ପ୍ରୋଜେକ୍ଟର ମାଧ୍ଯମରେ କ୍ୟାରିୟର ବିଷୟରେ ବୁଝାଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!