Tuesday, August 23, 2022
Home୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଡିଏନକେ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ,ଉପଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ମଞ୍ଚାସୀନ ଥିଲେ। ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ ଅବସରରେ  ଛାତ୍ରଛାତ୍ରୀମାନଙ୍କ  ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ସମସ୍ତ  ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ।  ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଏଥି ସକାଶେ ଚଳିତ ମାସ  ଅଗଷ୍ଟ ୧୧,୧୨, ଓ ୧୩ ତାରିଖ  ଦିନ ପ୍ୟାରେଡ଼ ଅଭ୍ୟାସ ଡିଏନକେ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ। ଜାତୀୟ ଉତ୍ସବ ପାଳନ ଦିନ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୪.୩୦ ଘଟିକା ସମୟରେ ମାଲକାନଗିରି ସହରରେ ରାମଧୂନ ପରିବେଷଣ କରାଯିବ। ପୂର୍ବାହ୍ନ ୯ ଘଟିକା ୧୫ ମିନଟ ସମୟରେ ଡିଏନକେ ଖେଳ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା  ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ  ସିଲ୍ଡ ଏବଂ ଅନ୍ୟାନ୍ୟ କୃତିତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ  ମୁଖ୍ୟ ଉତ୍ସବରେ  ପୁରସ୍କୃତ କରାଯିବ । ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉକ୍ତ ଦିନ ସକାଳ ଘ.୭.୩୦ ମିନିଟ ସମୟରେ  ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଉକ୍ତ ବୈଠକରେ ପୋଲିସ ସରଜଣ୍ଟ ଜ୍ୟୋତି କୁମାର କିରୋ,  ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ  ସମେତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ,ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ,ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା  ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!