Tuesday, August 23, 2022
Homeସ୍ଵାଭିମାନ ଅଞ୍ଚଳରେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ

ସ୍ଵାଭିମାନ ଅଞ୍ଚଳରେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ

ରାଜ୍ୟ ସରକାର ସ୍ଵାଭିମାନ ଅଞ୍ଚଳର ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି। ତଦନୁଯାୟୀ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଵାଭିମାନ ଅଞ୍ଚଳର ଯୁବକ ଯୁବତୀଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏବଂ ସୀମା ସୁରକ୍ଷା ବଳ( ବିଏସଏଫ୍) ମାଲକାନଗିରି ଶାଖା ସହଯୋଗରେ ସ୍ଵାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ବଡପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ ନିମନ୍ତେ ଏକ ସ୍ବତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ବିଭିନ୍ନ ବର୍ଗର ୧୩୩ ଜଣ ଯୁବକଯୁବତୀ ଏହି ଶିବିରରେ ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ୧୭୭ ବାଟାଲିୟନ   କମ୍ପାନୀ ଅପରେଟିଂ ବେସ୍ କମାଣ୍ଡିଂ ଅଫିସର  କମଲ ଖୁଲବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ବୈଷୟିକ ଶିକ୍ଷା ତାଲିମ ଦ୍ୱାରା ଯୁବକଯୁବତୀମାନେ ସ୍ବାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କର ଉନ୍ନତିରେ ସ୍ଵାଭିମାନ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଶ୍ରୀ ଖୁଲବେ ପ୍ରକାଶ କରିଛନ୍ତି।  ସେହିପରି ଜିଲ୍ଲା ନିୟୋଜନ ଅଧିକାରୀ  ମନସ୍ୱୀ ସେଠୀ ଶିବିର ଆୟୋଜନ କରିବାର ଆଭିମୁଖ୍ୟ ବିଷୟରେ କହିଥିଲେ ଯେ ରାଜ୍ୟ ସରକାର ଯୁବକଯୁବତୀମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ କରିବା ପାଇଁ ଆଇଟିଆଇ ଏବଂ ପଲିଟେକନିକ୍ ଗୁଡ଼ିକରେ ଉନ୍ନତମାନର ଭିତ୍ତିଭୂମି ଯୋଗାଇ ଦେଉଛନ୍ତି । ସେମାନେ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ନିଜର କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିପାରିବେ ଏବଂ ରାଜ୍ୟ ସରକାରଙ୍କ ପ୍ଲେସମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ ମାଧ୍ୟମରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ନିଯୁକ୍ତି ପାଇ ପାରିବେ ବୋଲି ସୂଚନା ଦେଇଥିଲେ। ଏଠାରେ ସିପେଟ ଏବଂ ଗ୍ରାମ ତରଙ୍ଗ ଟ୍ରେନିଂ ପ୍ରାଇଭେଟ ଲିମିଟେଡର ପ୍ରଶିକ୍ଷକମାନେ ଯୁବକଯୁବତୀମାନଙ୍କର ନିଯୁକ୍ତି ଏବଂ ପ୍ଲେସମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ ଉପରେ କାଉନସେଲିଂ କରିଥିଲେ। ସେହିପରି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ପଲିଟେକନିକର ପ୍ରଶିକ୍ଷକମାନେ ଯୁବକଯୁବତୀମାନଙ୍କୁ ଏହି ପ୍ରତିଷ୍ଠାନରେ ତାଲିମ ନେବା ଦ୍ଵାରା କିଭଳି ନିଯୁକ୍ତି ସୁବିଧା ପାଇପାରିବେ ଓ ସ୍ବାବଲମ୍ବୀ ହୋଇପାରିବେ ସେଥି ପାଇଁ କାଉନସେଲିଂ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମାଣ୍ଡଣ୍ଟ,  ଶୁଭରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ସ୍କିଲ ପ୍ରୋଗ୍ରାମ ମ୍ୟାନେଜର, ଶ୍ରୀମତୀ ଶାଶ୍ଵତୀ ରାଉତ, ପଲିଟେକନିକ୍ ଅଧ୍ୟକ୍ଷ, ଜେ ଆର ଦାସ, ଜିଲ୍ଲା ଯୁବ ଅଧିକାରୀ, ହରିଶ୍ ରୁପଲ, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ସୋମନାଥ କୁମ୍ଭାର,  ଏମଜିଏନଏଫ୍ ଫେଲୋ, ଶୁଭଶ୍ରୀ ସାହୁ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!