Tuesday, August 23, 2022
Homeପ୍ରଧାନ ଶିକ୍ଷକଙ୍କ ଅବସରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀଙ୍କ ସହ କାନ୍ଦିଲେ ଶିକ୍ଷକ

ପ୍ରଧାନ ଶିକ୍ଷକଙ୍କ ଅବସରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀଙ୍କ ସହ କାନ୍ଦିଲେ ଶିକ୍ଷକ

ପାପଡାହାଣ୍ଡି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜାନୀଗୁଡା ପ୍ରଧାନ ଶିକ୍ଷକ ଖଗପତି ଦିଶାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଯୋଗଦାନ କରିଥିଲେ,, ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଦିଶାରୀ ଗୁଡା ପ୍ରଧାନ ଶିକ୍ଷକ ରଂଜନ ଖୁରା,ଚଚରା ଗୁଡା ପ୍ରଧାନ ଶିକ୍ଷକ ଶନକର ସୁନା, ଖୁଡିଗୁଡା ପ୍ରଧାନ ଶିକ୍ଷକ ମୋହନ୍ ନାୟକ ପ୍ରମୁଖ ଉପସ୍ଥିତ ରହି ଫୁଲହାର, ଛତା,ସାଲ  ଇତ୍ୟାଦି ପ୍ରଦାନ କରିଥଲେ। ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରାମଚନ୍ଦ୍ର ଜାନୀ ଓ ସଭ୍ୟ ଓ ସଭ୍ୟା ଯୋଗଦାନ କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାଗବତ ପ୍ରଦାନ ସହ ଆଗାମୀ ଜୀବନ ସୁଫଳ ପାଇଁ ଜଗନ୍ନାଥଙ୍କ ପୟରରେ ଶତକୋଟି ପ୍ରଣାମ ଜଣାଇଥିଲେ। ସମସ୍ତ ଶିକ୍ଷକ ଖଗପତି ଦିଶାରୀ ସାର ଅବସରରେ ପିଲାମାନଙ୍କ ଆଖି ରୁ ଲୁହ ଚାଲି ଥିଲା।ସାର ଶିକ୍ଷାଦାନ, ପିଲାମାନଙ୍କୁ ଆଦର ,ଭଲ ପାଇବାର ଗଭୀରତା ପିଲାମାନଙ୍କ ଆଖି ରେ ଲୁହ ବନ୍ଦ ହୋଇ ନ ଥିଲା। ଶିକ୍ଷକ କର୍ମ ରେ ପିଲାମାନଙ୍କୁ ମଣିଷ ତିଆରି ପାଇଁ ଶିକ୍ଷକ କାର୍ଯ୍ୟକ୍ରମ ର ଅନ୍ତ ନାହିଁ।ଅବସର ନେବାର ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ସମୟର ସଦୁପଯୋଗ ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!