Tuesday, August 23, 2022
Homeବିପଦ ଜନକ ସ୍ଥିତିରେ ଜଗନ୍ନାଥ ପୁର ଯାତ୍ରୀ ବିଶ୍ରାମାଗାର

ବିପଦ ଜନକ ସ୍ଥିତିରେ ଜଗନ୍ନାଥ ପୁର ଯାତ୍ରୀ ବିଶ୍ରାମାଗାର

ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଶାସନ ଗ୍ରାମର ତିନି ଛକରେ ଥିବା ଯାତ୍ରୀ ବିଶ୍ରାମାଗର ଅବସ୍ଥା ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଦୀର୍ଘ ଦିନ ପୁର୍ବରୁ ନିର୍ମିତ ଏହି ବିଶ୍ରାମାଗାର ର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଛାତ ମଧ୍ୟ ଦୁର୍ବଳ ହେବା ସହ ଫ୍ଲୋରୀଙ୍ଗ ଉଠି ଗଲାଣି। କେଉଁ ମୁହୂର୍ତ୍ତରେ ଏହା ଭୁଷୁଡି ପଡିବ ତାହା କହି ହେଉନାହିଁ। ଏହା ଉପରେ ଜଗନ୍ନାଥ ପୁର,ପଦ୍ମପୁର, ପ୍ରଭୃତି ଗ୍ରାମର ଲୋକେ ନିର୍ଭର କରନ୍ତି। ଏଠାରୁ ବ୍ରହ୍ମପୁର,ସୋରଡା,ଭଞ୍ଜନଗର,ବଡଗଡ ଓ ଆସିକା ଯିବାପାଇଁ ପ୍ରତିଦିନ ଯାତ୍ରୀମାନେ ଅପେକ୍ଷା କରିଥାନ୍ତି । ଜାନବିଲି ବଡଗଡ ସୋରଡ଼ା ମୁଖ୍ୟ ରାସ୍ତା ଉପରେ ଏହି ବିଶ୍ରାମା ଗାର ରହିଛି। ବିପଦ ଜନକ ସ୍ଥିତିରେ ଏହା ରହିଥିବାରୁ କେଉଁ ମୁହୂର୍ତ୍ତରେ ଏହା ଭୁଷୁଡି ପଡିବ ଏବଂ ଏହାଦ୍ଵାରା ଧନ ଜୀବନ ନଷ୍ଟ ହେବ କହି ହେଉନାହିଁ। ଏଣୁ ପ୍ରଶାସନ ତରଫରୁ ଏହା ଉପରେ ଦୃଷ୍ଟି ଦେବା ପାଇଁ ଜନ ସାଧାରଣ ଦାବୀ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!