Tuesday, August 23, 2022
Homeବଡ଼ସାହି ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ ତମ ସ୍ୱନକ୍ଷତ୍ର ଜନ୍ମୋତ୍ସବ ପାଳିତ

ବଡ଼ସାହି ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ ତମ ସ୍ୱନକ୍ଷତ୍ର ଜନ୍ମୋତ୍ସବ ପାଳିତ

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଳକର ସର୍ବପୁରାତନ ବିଦ୍ୟା ନିକେତନ ବଡସାହି ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ  ସ୍ୱନକ୍ଷତ୍ର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ଷଡ଼ଙ୍ଗୀ ସଭାପତିତ୍ଵ କରିଥିବାବେଳେ ମୁଖ୍ୟଅତିଥି ଭାବେ ମାନ୍ୟବର ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି  ରାଷ୍ଟ୍ରର ବିକାଶରେ ଶିକ୍ଷକ ମାନଙ୍କ ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ କାରଣ ସେମାନେ ଭଲ ମଣିଷ ଗଢିବାରେ ସିଦ୍ଧହସ୍ତ ବୋଲି ମତବ୍ୟକ୍ତ କରିଥିଲେ। ବିଶେଷ ଅତିଥିଭାବେ ବିଦ୍ୟାଭୂଷଣ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ରଣଜିତ୍ କୁମାର ଦାସ, ସମ୍ମାନୀତ ଅତିଥିଭାବେ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ଦାସ, ସରପଞ୍ଚ ବୁଧୁରାମ ସିଂ, ଅବସରପ୍ରାପ୍ତ ଶିକ୍ଷକ ବିରଂଚି ନାରାୟଣ ପତି, ମନୋରଂଜନ ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପଣ୍ଡା, ଅଜୟ କୁମାର ବେହେରା, ମାହେଶ୍ଵର ସେନାପତି ଓ ପ୍ରଦୀପ କୁମାର ବେହେରା ଆଦି ଯୋଗଦାନ କରି ଉଚ୍ଚ ବିଦ୍ୟାଳୟର ଗୌରବମୟ ଗାରିମା ଓ ଆଦର୍ଶ ଗାଥା ବିଖାଣ କରି ଥିଲେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଠାରେ ଧୂପ ଦୀପ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଛାତ୍ରୀମାନେ ଆବାହନୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶିକ୍ଷକ କମଳାକାନ୍ତ ରଥ ମଞ୍ଚ ପରିଚାଳନା କରିଥିବାବେଳେ ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!