ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଗତ ଶୁକ୍ରବାର ଠାରୁ ତିନି ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ୧୯ବର୍ଷରୁ କମ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ହିଞ୍ଜିଳିକାଟୁ ପୌର ପରିଷଦର ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାର ଉଦଯାପନ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Byte-ଜିଲ୍ଲାପାଳ
ହିଞ୍ଜିଳିକାଟୁ ପୌରପାଳିକା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ସଭାପତିତ୍ବ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ହିଞ୍ଜିଳିକାଟୁ ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ନିଲିନ କୁମାର ସମ୍ମାନୀତ ଅତିଥି ଯୋଗ ଦେଇଥଲେ।
Byte-ନିଲିନ କୁମାର
Byte -ରିତା ଦାସ (ରେଫେରି)
ବାଳିକା ସିଙ୍ଗଲସ୍ ରେ ହର୍ଷିତା ରାଉତ ବିଜେତା ଓ ଗିତାଶ୍ରୀ ଦେ ଉପବିଜେତା, ବାଳକ ସିଙ୍ଗଲସ୍ ରେ ଆର୍ଯ୍ୟ ମାଝୀ ବିଜେତା ଓ ତହସିଫ୍ ଖାନ୍ ଉପବିଜେତା, ବାଳିକା ଡ଼ବଲସ୍ ରେ ହର୍ଷିତା ରାଉତ ଓ ଶ୍ରେୟା ବିଶ୍ୱାଳବିଜେତା ଏବଂ ଅଶ୍ୱିକା ମିଶ୍ର ଓ ସ୍ବିଟି ପ୍ରିୟା ପ୍ରଧାନ ଉପବିଜେତା, ବାଳକ ଡ଼ବଲସ୍ ରେ ଅମୟ କୁମାର ନାୟକ ଓ ତହସିଫ୍ ଖାନ୍ ବିଜେତା ଏବଂ ଅର୍ପିତ ପଣ୍ଡା ଓ କ୍ରିଷ୍ଣା ସଦିଆ ଉପବିଜେତା, ମିକ୍ସଡ ଡ଼ବଲସ୍ ରେ ଆର୍ଯ୍ୟ ମାଝୀ ଓ ହର୍ଷିତା ରାଉତ ବିଜେତା ଏବଂ ସାଇ କେଶବ ମୋଦି ଓ ଗିତାଶ୍ରୀ ଦେ ଉପବିଜେତା ଭାବେ ବିବେଚିତ ହୋଇଛନ୍ତି।
Byte -boys winner
Byte-girls winner
ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ସଭା ସଂଯୋଜନ କରିଥିଲେ।
ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଖେଳାଳି ଓ ଅଭିଭାବକ ମାନେ ଅୟୋଜିତ କାର୍ଯ୍ୟକ୍ରମରେ ଖୁବ ଭଲ ଅନୁଭୂତି ନେଇ ଫେରିଥିବା କହିଛନ୍ତି l
Byte-ସଞ୍ଜୟ କୁମାର ପଣ୍ଡା
ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା,ବିଜେଡ଼ି ରାଜ୍ୟ ସମ୍ପାଦକ ଶିବରାମ ଗୌଡ଼, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା,, ସମ୍ପାଦକ ତରୁଣ କୁମାର ପଣ୍ଡା, ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ ଓ କଞ୍ଚୁରୁ ସରପଞ୍ଚ ମଦନ ମୋହନ ସେଠୀଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ