Tuesday, August 23, 2022
Homeପାରିବାରିକ କଳହର କରୁଣ ପରିଣତି ଭାଇ ନେଲା ଭାଇର ଜୀବନ l

ପାରିବାରିକ କଳହର କରୁଣ ପରିଣତି ଭାଇ ନେଲା ଭାଇର ଜୀବନ l

ପାରିବାରିକ କଳହର କରୁଣ ପରିଣତି । ଛୋଟିଆ ଗଛ ଉପରେ ଇଟା ଗାଡି ଚକ ମାଡିବାକୁ କେନ୍ଦ୍ର କରି ଭାଇ ନେଲା ଭାଇର ଜୀବନ l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଂଚାୟତ ବାସୁଦେବପୁର ଗ୍ରାମରେ ଭାଇକୁ ହତ୍ୟା କଲା ଭାଇ । ଶୁକ୍ରବାର ରାତି ୮ ଟା ରେ ଘଟିଥିଲା ବଡ଼ ଅଘଟଣା l କୁଲୁଙ୍କ ଘର କାମ ସକାଶେ ଇଟା ଆଣିଥିବା ଗାଡି ବୁଡୁ ଙ୍କ ଘର ଦାଣ୍ଡରେ ଥିବା ଗୋଟାଏ ଛୋଟ ଗଛ ଉପରେ ଗାଡି ଚକା ମାଡିଯାଇଥିଲା l ଗୋଟାଏ ଛୋଟିଆ ଗଛ ଉପରେ ଇଟା ଗାଡି ଚକ ମାଡିବାକୁ କେନ୍ଦ୍ର କରି କଟାକଟି ହୋଇଥିଲା ପରେ ସମସ୍ତେ ନିଜନିଜ ଘରକୁପଳେଇଥିଲେ | ପୁଣି ରାତ୍ର ପ୍ରୟ 8 ଘଣ୍ଟା ସମୟରେ  ବୁଡୁ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ମିଟୁ ପ୍ରଧାନ ମିଳିତ ଭାବେ ଘରୁ ଏକ ଟାଙ୍ଗିଆ, ଶାବଳ ରଡ଼ ଏକ କାଠ ଗେଡା ଆଣି କଲୁଙ୍କ ପଛପଟ ମୁଣ୍ଡକୁ ଆଘାତ ଦେଇଥିଲେ ଯାହା ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ l ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର କୁଲୁଙ୍କୁ ମୃତ ଘୋଷଣା କରିଥିଲେ l ସୂଚନା ପାଇ ପାଟପୁର ଥାନା ଅଧିକାରୀ ସବ୍ୟଚି ମଲ୍ଲ ଏବଂ ତାଙ୍କ ଟିମି ମେଡିକାଲ ପହଁଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର mkcg ମେଡିକାଲକୁ ପଠାଇଥିଲେ | ଘଟଣା ସ୍ଥଳ ଏବଂ ମେଡିକାଲ ରେ ପାଟପୁର ପୋଲିସ, ଆସ୍କା ଏସଡିପିଓ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ମୃତ ଯୁବକ ଜଣକ ହେଲେ ଖଲିଙ୍ଗି ନିକଟସ୍ଥ ବାସୁଦେବପୁର ଗ୍ରାମର କଂସ ପ୍ରଧାନ ଙ୍କ ପୁଅ କୁଲୁ ପ୍ରଧାନ ବୟସ 25 । କୁଲୁ ଖଲିଙ୍ଗୀ ବସଷ୍ଟାଣ୍ଡ ରେ ପରିବା ଦୋକାନ କରି ଜୀବିକା ନିର୍ବାହ କରୁଥିଲେ l ଘଟଣାରେ ବ୍ୟାହୃତ ହୋଇଥିବା ଗୋଟିଏ ଶାବଳ, ଗୋଟିଏ ଲୁହା ରଡ, ଗୋଟିଏ କୁରାଢ଼ୀ ସହ ଦୁଇଟି ଠେଙ୍ଗା ଜବତ କରିଛି ପାଟପୁର ପୋଲିସ। ଏନେଇ ପାଟପୁର ଥାନା କେଶ ନମ୍ବର ୪୭୩/୨୩ ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ପାଟପୁର ପୋଲିସ l କୁଲୁଙ୍କ ମୃତ୍ୟୁରେ ଶୋକ ପାଳନ ନିମନ୍ତେ ଖଲିଙ୍ଗୀର ସମସ୍ତ ଦୋକାନ ବନ୍ଦ କରିଛନ୍ତି ବେପାରୀ | ଏହି ଘଟଣା କୁ ନେଇ ଅଞ୍ଚଳରେ ଶୋକର ଛ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!