Tuesday, August 23, 2022
Homeବିଶ୍ୱ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିଶ୍ୱ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲା ସଭାପତି ଗୋପୀନାଥ ମାଝିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଗଷ୍ଟ  ୯ ତାରିଖ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯିବ, କିପରି ବହୁ ଆଦିବାସୀ ଭଉଣୀ ଭାଇ ମାନେ ଯୋଗ ଦେବେ, ଡାବୁଗାଁ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ରାଲିରେ ବାହାରି ଗ୍ରାମ ପରିକ୍ରମା କରି ୯ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯିବ, ପରେ ଡାବୁଗାଁ ମିନି ଷ୍ଟାଡିୟମ ଠାରେ ସାଧାରଣ ସଭା କରାଯିବ ନେଇ ଆଲୋଚନା ହୋଇଥିଲା | ଏଥିର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକ, ରାଜ୍ୟସଭା ପୂର୍ବତନ ସାଂସଦ ଭଗବାନ ମାଝି,  ଉମରକୋଟ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝି, ଉମରକୋଟ ମ୍ୟୁନିସପାଲଟି ଅଧ୍ୟକ୍ଷା ରାଧା ଭତ୍ରା, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝି, ଡାବୁଗାଁ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ଡଙ୍ଗରା ଜିଲ୍ଲାପରିଷଦ ସଭ୍ୟ ଯସବନ୍ତ ନାୟକ, ମୋହନସିଂ ଗଣ୍ଡ, ମୋହନ ନାୟକ, ଦୟାନିଧି ଭତ୍ରା, ସୁକୃ ଭତ୍ରା, ନରସିଂ ମାଝି, ବୁଦୁରୁ ଭତ୍ରା, ହିରେଣ୍ୟ ମାଝି ଓ ଜିଲା ର ୧୦ ଗୋଟି ବ୍ଲକର ସମସ୍ତ ଆଦିବାସୀ ସମାଜର ସଭାପତି ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ଏହା ସହ ଡାବୁଗାଁ ବ୍ଲକ ର ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ |ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!