Tuesday, August 23, 2022
Homeଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ

ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ

ଭଞ୍ଜନଗର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ  ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ ,ଉପ ସଭାପତି  ଅନୁପମ ବାନାର୍ଜୀ ,ସମ୍ପାଦକ ପଦ୍ମନାଭ ପ୍ରଧାନ ,କୋଷାଧ୍ୟକ୍ଷ  ଏ. ମନୋଜ କୁମାର ପ୍ରମୁଖ ଯୋଗଦେଇଥିଲେ ।ବିଚାରକ ଭାବରେ ଶିକ୍ଷକ ସତ୍ୟନାରାୟଣ ଶତପଥି ,ସୁବାଷ ଚନ୍ଦ୍ର ମଲ୍ଲିକ ,ଶୁଭସ୍ମିତା ମଲ୍ଲିକ,ମନୋଜ କୁମାର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ ।ପ୍ରାଥମିକ ବର୍ଗ, ଶିଶୁ ବର୍ଗ,ବାଲ ବର୍ଗ, କିଶୋର ବର୍ଗ ରୁ ମୋଟ ୧୬୬ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ଏହି ବଜ୍ଞାନ ମେଳା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ଶୋରଡ଼ା ଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ।ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!