Tuesday, August 23, 2022
Homeପ୍ରଥମ ସ୍ତ୍ରୀ ଜୀବିତ ଥାଇ ସରକାରୀ ଚାକିରିରୁ ଅବସର ନେଇଥିବା ସ୍ବାମୀ ଦ୍ୱିତୀୟ ବିବାହ କରି ତାଙ୍କର ସମସ୍ତ ବକେୟା ଟଙ୍କ

ପ୍ରଥମ ସ୍ତ୍ରୀ ଜୀବିତ ଥାଇ ସରକାରୀ ଚାକିରିରୁ ଅବସର ନେଇଥିବା ସ୍ବାମୀ ଦ୍ୱିତୀୟ ବିବାହ କରି ତାଙ୍କର ସମସ୍ତ ବକେୟା ଟଙ୍କ

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ମଣ୍ଡଳ ଅଧୀନରେ କାର୍ଯ୍ୟରତ ପୂର୍ବତନ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଧନ ପ୍ରଥମ ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରି ଦ୍ୱିତୀୟ ସ୍ତ୍ରୀକୁ ଧରି ବନ ବିଭାଗରେ ତାଙ୍କର ବକେୟା ପଡିରହିଥିବା ପେନସନ ଅର୍ଥ ସମେତ ଅନ୍ୟ ଅର୍ଥ ଉଠାଇ ନେବା ପାଇଁ ଉଦ୍ୟମ କରିବା ବେଳେ ପ୍ରଥମ ସ୍ତ୍ରୀ ଶ୍ରୀମତୀ ମାଳତୀ ପାତ୍ର ପହଞ୍ଚି ବିରୋଧ କରିଛନ୍ତି l 
ସୂଚନା ଯୋଗ୍ୟ ଏହିକି ଯେ ଜଣେ ବନବିଭାଗ କର୍ମଚାରୀ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର, ପିତା ସ୍ବର୍ଗତ ଭିକାରୀ ପାତ୍ର ପାରଳାଖେମୁଣ୍ତି ବନ ମଣ୍ତଳ ଅଧିନରେ କାର୍ଯ୍ୟରତ ଥିବା ସମୟରେ ସରକାର କର୍ମଚାରୀ  ଥାଇ ପ୍ରଥମ ବିବାହିତ ପତ୍ନୀ ଶ୍ରୀମତି ମାଳତି ପାତ୍ର, ପାରଳାଖେମୁଣ୍ଡି ସହରର ସୀମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ନାସର୍ନ୍ଦ୍ରା ଗ୍ରାମ ନିବାସୀ  ଜୀବିତ ଥିବା ବେଳେ ତାଙ୍କ ବିବାହିତ ପତି  ଯୁଧିଷ୍ଟିର @ ଗୋବର୍ଦ୍ଦନ  ପାତ୍ର ନିଜକୁ ନିଖୋଜ ଦେଖାଇ ପୁଣି ନାସନ୍ଦ୍ରା ଫେରି କିଛି ଦିନ ରହି ଉଭାନ ହୋଇ ଚଞ୍ଚକତା କରି ଦ୍ୱିତୀୟ ବିବାହ ମିନତି ........ ପରବର୍ତ୍ତି  ପାତ୍ର ସଜ୍ଞାରେ , କରି ଦ୍ୱିତୀୟ ବିବାହର ସମସ୍ତ ତଥ୍ୟ ପାରଳାଖେମୁଣ୍ଡି ସ୍ଥିତ ଡ଼ି.ଏଫ.ଓ. ଅଫିସରେ ଦାଖଲ କରି ସମସ୍ତ ସରକାରୀ ବକେୟା ଟଙ୍କାକୁ ହଡ଼ପ କରିବା ଯୋଜନା କରିଥିଲେ ପ୍ରଥମ  ସ୍ତ୍ରୀକୁ ସମସ୍ତ ଦାବୀରୁ ବଞ୍ଚିତ  କରିବା ନିମନ୍ତେ ସଡ଼ଯନ୍ତ୍ର କରିଥିବା ଘଟଣା ପ୍ରଥମ ସ୍ତ୍ରୀ ମାଳତୀ ପାତ୍ର ଜାଣିବା ପରେ ଡିଏଫଓଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଦନ ପାତ୍ର ଙ୍କମୁଁ ପ୍ରଥମ ସ୍ତ୍ରୀ ବୋଲି ଦାବି ଉପସ୍ଥାପନ କରିଥିଲେ ମୋର ଅଜାଣତରେ ମୋ ସ୍ବାମୀଙ୍କ ବକେୟା ପଡ଼ିଥିବା କୌଣସି ଅର୍ଥ କିମ୍ବା ପେନସନ ଦ୍ୱିତୀୟ ସ୍ତ୍ରୀକୁ ଦିଆ ନଯାଉ ପ୍ରଥମ ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ ଆଇନ ଅନୂଯାଇ ଅସିଦ୍ଧ ଓ ଖାରଜ ଅଟେ ।ଏଥିନେଇ ପ୍ରଥମ ସ୍ତ୍ରୀ ମାଳତି ପାତ୍ର ଆପତ୍ତି ଉଠାଇ ଅଭିଯୋଗ ପତ୍ର ତାଙ୍କ ଏଡ଼ଭୋକେଟ୍ ଜରିଆରେ ଲିଗାଲ ନୋଟିସ୍ ସମସ୍ତ ବିଭାଗୀୟ ସରକାରୀ କର୍ତ୍ତୁପକ୍ଷଙ୍କୁ P.C.C.F/ACCF/D.F.O/Collector ଙ୍କୁ  ପ୍ରେରଣ କରିଅଛନ୍ତି ଓ  ମୋ ସ୍ବାମୀ ଫରେଷ୍ଟ ଗାର୍ଡ଼ ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର ବିରୁଦ୍ଧରେ ଦୃଢୃ କାର୍ଯ୍ୟାନୂଷ୍ଠାନ ଓ ତାଙ୍କର ସମସ୍ତ ସରକାରୀ ବକେୟା ଟଙ୍କା ପ୍ରଦାନକୁ ସ୍ତଗିତ ରଖିବା ନିମନ୍ତେ ସରକାରୀ କତ୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି ଜଣେ ପଛୁଆ ବର୍ଗ ମହିଳା ପ୍ରତି ଏଭଳି ଅନ୍ୟାୟ ଅତ୍ୟନ୍ତ ହିନମନୋବୃତ୍ତି ସୁଚାଉଛି । 
ଏଥିନେଇ ଜିଲ୍ଲା ପ୍ରଶାସନଓ ବିଭାଗୀୟ ଅଧିକାରୀ ଗୁରୁତ୍ୱ ର  ସହ ବିଚାର କରି ବିହିତ କଠର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମାଳତି ପାତ୍ର ତାଙ୍କୁ ନ୍ୟାୟ  ପ୍ରଦାନ ପାଇଁ ନିବେଦନ କରିଥିବା ନେଇ ଆମ ଜିଲ୍ଲା ପ୍ରତିନିଧିଙ୍କୁ କହିଛନ୍ତି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!