Tuesday, August 23, 2022
Homeରାଜ୍ଯ ସ୍ତରୀୟ ୧୯ବର୍ଷ ରୁ କମ୍ ପିଲା ଙ୍କ ବେଡମିନ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l

ରାଜ୍ଯ ସ୍ତରୀୟ ୧୯ବର୍ଷ ରୁ କମ୍ ପିଲା ଙ୍କ ବେଡମିନ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l

ଆଜି ହିଞ୍ଜିଳିକାଟୁ ପୌର ପରିଷଦର ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ପୌରହିତ୍ୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ବର୍ଷରୁ କମ୍ ବାଳକ ବାଳିକା ପିଲା ମାନଙ୍କୁ ନେଇ ରାଜ୍ଯ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ଏଥିରେ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗ ଦେଇ ଏହାର ପ୍ରଦିପଜ୍ଵଳନ କରିଥିଲେ ଏହାପରେ ଫିତା କାଟି କୋର୍ଟ ଉଦଘାଟନ କରିଥିଲେ l ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ ସମସ୍ତ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ସାହିତ କରିଥିଲେ ଏବଂ ସମସ୍ତ ଖେଳାଳି କିପରି ଭାବେ ଭଲ ଖେଳ ପ୍ରଦର୍ଶନ କରି ଆଗକୁ ବଢ଼ାଇବା ପାଇଁ କହିଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଖେଳ ଆରମ୍ଭରେ ସାଂସ୍କୃତିକ କର୍ଯ୍ୟ କ୍ରମ ହୋଇଥିଲା ଏହାପରେ ଖେଳ ଆରମ୍ଭ ହୋଇଥଲା l ଏହି ଖେଳ ତିନିଦିନ ଧରି ଚାଲିବ ଆସନ୍ତା ୩୦ତାରିଖ ରବିବାର ଦିନ ଉଦଯାପିତ ହେବ l  ଏଥିରେ ଏଥିରେ ବିଭିନ୍ନ ଜିଲ୍ଲା ରୁ ୧୩୦ଜଣ ବାଳକ ଓ ବାଳିକା ଭାଗ ନେଇଥିବାବେଳେ ପ୍ରଶାସନ ଓ ପୌର ପରିଷଦର କର୍ମଚାରୀ ସମେତ ପୌର ପରିଷଦର ଅଧ୍ୟକ୍ଷ, ସୁବାସ ପଲେଇ, ଅଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟl ପ୍ରୀତି ସାହୁ, ୱାର୍ଡ଼ ମେମ୍ବର ବିଳାସ ମହାନ୍ତି,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ମୋ ପରିବାର ର ରାଜ୍ଯ ସଂପାଦକ ନୀଳମଣି ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସଂପାଦକ ଶିବରାମ ଗୌଡ଼, ଜିଲ୍ଲା ସଂପାଦକ ଅଜୟ କୁମାର ମହାରଣା, ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଶେରଗଡ଼ ବ୍ଲକ୍ ର ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ (ପିଣ୍ଟୁ ପଟ୍ଟନାୟକ) ହିନ ବେହେରା ଏଵଂ ସମସ୍ତ ୱାର୍ଡ ମେମ୍ବର ସହିତ ବିଜେଡ଼ି ର କର୍ମୀ ମାନେ ଉପସ୍ଥିତ ଥିଲେ l
ହିଞ୍ଜିଳିକାଟୁ ରୁ ଅଖିଳ କୁମାର ପଟ୍ଟନାୟକ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!