Tuesday, August 23, 2022
Homeପୁର୍ନବାର ସ୍କୁଲ ଖୋଲିବା ଦାବିରେ ବୀରମେଖ ପୁର ଗ୍ରାମବାସୀ ଓ ମହିଳା ସାମୁଖ୍ୟ ତରଫରୁ ଉପଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ

ପୁର୍ନବାର ସ୍କୁଲ ଖୋଲିବା ଦାବିରେ ବୀରମେଖ ପୁର ଗ୍ରାମବାସୀ ଓ ମହିଳା ସାମୁଖ୍ୟ ତରଫରୁ ଉପଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ

 ପୁର୍ନବାର ସ୍କୁଲ ଖୋଲିବା ସକାଶେ ବୀରମେଖ ପୁର ଗ୍ରାମବାସୀ ଓ ମହିଳା ସାମୁଖ୍ୟ ତରଫରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି।ପ୍ରକାଶ  ଅଛି ଯେ ବୀରମେଖ ପୁର ଗ୍ରାମପଞ୍ଚାୟତ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର, ବ୍ଲକ ଚିକିଟି ,ଥାନା କେ ନୂଆ ଗାଁ,ଜିଲ୍ଲା ଗଞ୍ଜାମ,। ଆମ ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ କୁ ଗତ ତିନି ବର୍ଷ ହେଲା  ସରକାର ଉଚ୍ଛେଦ କରିଛନ୍ତି। ବିରମେଖ ପୁର ଗ୍ରାମ ଠାରୁ 3 କିଲୋମିଟର ଦୂରରେ  ଅନ୍ୟ ଏକ ଗ୍ରାମ ରେ ସ୍କୁଲ ରହିଛି।କିନ୍ତୁ ରାସ୍ତାର ଗୋଟେ ପାର୍ଶ୍ବରେ ବନ୍ଧ ଆଉ ଗୋଟିଏ ପାର୍ଶ୍ୱରେ ବହୁତ ବଡ଼ ଖାଲ ଥିବାରୁ ଛୋଟ ଛୋଟ ପିଲା ମାନେ  ସାପ,କୁକୁର, ଗାଡ଼ି ଚଳାଚଳ କୁ ଦେଖି ଡରିକି ସ୍କୁଲ ଯାଉ ନାହାନ୍ତି। ବୀରମେଖପୁର ଗ୍ରାମବାସୀ ବୃନ୍ଦ ପୁର୍ନବାର ସ୍କୁଲ ଖୋଲିବା ପାଇଁ 30.10.2020 ମସିହା ରେ ଗଞ୍ଜାମ ଜିଲ୍ଲାର ଉଚ୍ଚ ପଦସ୍ତ ଅଫିସର ମାନଙ୍କୁ  ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଙ୍କୁ ଜଣାଇଥିଲେ। ସରକାର ଏଥି ପ୍ରତି କୌଣସି କାର୍ଯ୍ୟକାରୀ କଲେ ନାହିଁ,କିନ୍ତୁ ଉଛକ୍ତ ନ୍ୟାୟାଳୟ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ପ୍ରାୟ  ତିନି ବର୍ଷ ହେଲା ପିଲା ମାନେ ପାଠ ପଢି ପାରିଲେ ନାହିଁ ଏବଂ ମୂର୍ଖ ହୋଇ ରହିଲେ।ଗ୍ରାମବାସୀ ମାନେ ବାରମ୍ୱାର ଅଭିଯୋଗ କରି ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟକାରୀ କରାଗଲା ନାହିଁ।ତେଣୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛୁ ବୋଲି ମତ ପ୍ରକାଶ କରିଛନ୍ତି ଗ୍ରାମବାସୀ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!