ଆଜି କୋରାପୁଟ ଜିଲ୍ଲା ଜ ଜ୍ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର କୋଟପାଡ଼ କୋର୍ଟ ପରିଦର୍ଶନ କରି ଅଛନ୍ତି।କୋଟପାଡ଼ କୋର୍ଟ ର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦିଲୀପ କୁମାର ବାରିକ ଙ୍କ ସହିତ ମିଶି କୋଟପାଡ଼ କୋର୍ଟ ର ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ।ଏବଂ ଏହା ସାଥେ ସାଥେ କୋଟପାଡ଼ ଓକିଲ ସଂଘ ର ନୂତନ ଗୃହ ପ୍ରତିଷ୍ଠା ଏବଂ ସବ୍ ଜଜ ବେଞ୍ଚ ଖୋଲିବା ସମ୍ବନ୍ଧରେ ମଧ୍ୟ ଓକିଲ ମାନଙ୍କ ସହ ଆଲୋଚନା କରିଥିଲେ।ଆଜିର ଏହି ଅବସରରେ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ,ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର,ଉପ ସଭାପତି ପ୍ରଦୀପ କୁମାର ବକ୍ସି,ସମ୍ପାଦକ ଶଙ୍କର ପଣ୍ଡା,କୋଷାଧ୍ୟକ୍ଷ ଗୁପ୍ତ ବେହେରା,ଖଗପତି ପାତ୍ର,ଘନ ବିଶୋଇ,ସଂଗ୍ରାମ ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ,କୋର୍ଟ ର ତାରା ପ୍ରସାଦ ପାଣିଗ୍ରାହି,ସରୋଜ ନାୟକ,ଲିପିକା ପାଣିଗ୍ରାହୀ, ସଂଜୀତ,ଦିବାକର,ବନବାସୀ,ପ୍ରଦୀପ୍ତ,ପ୍ରମୁଖ ଉପସ୍ଥିତ ରହି ଥିଲେ ଏହା ପରେ ପରେ ଜିଲ୍ଲା ଜ ଜ କୋଟପାଡ଼ ଉପ କାରାଗାର କୁ ପରିଦର୍ଶନ କରି ଥିବା ଜଣାପଡିଛି।