Tuesday, August 23, 2022
Homeଦୟନୀୟ ଅବସ୍ଥାରେ ନିଜ ପିତା ଙ୍କ ଘରେ ରହୁଛନ୍ତି ସ୍ବାମୀ ପରିତ୍ୟକ୍ତା ନମିତା ମହାପାତ୍ର ନ୍ୟାୟ ପାଇବା ପାଇଁ କରୁଛନ୍ତି

ଦୟନୀୟ ଅବସ୍ଥାରେ ନିଜ ପିତା ଙ୍କ ଘରେ ରହୁଛନ୍ତି ସ୍ବାମୀ ପରିତ୍ୟକ୍ତା ନମିତା ମହାପାତ୍ର ନ୍ୟାୟ ପାଇବା ପାଇଁ କରୁଛନ୍ତି

ସ୍ବାମୀ ଓ ସ୍ବାମୀ ଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ବର୍ତ୍ତମାନ ଅସହାୟ ଅବସ୍ଥାରେ  ନିଜ ପିତା ଙ୍କ ନିକଟରେ ବର୍ତ୍ତମାନ ପାତ୍ର ମୁଣ୍ଡା ଗାଁ ରେ ଛୋଟ ଶିଶୁ ସହ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ନମିତା ମହାପାତ୍ର। ୨୦୧୯ରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏକମ୍ବା ଗାଁ ର ମୁକୁନ୍ଦ ବିହାରୀ ଦାଶ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।  କିନ୍ତୁ ଅଳ୍ପ ଦିନ ମଧ୍ୟରେ ହିଁ ତାଙ୍କୁ ସ୍ବାମୀ ଶାଶୁ ଶ୍ୱଶୁର, ମାମୁଁ ଶଶୁର ଏବଂ ନଣନ୍ଦ ମିଶି ନମିତା କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଲେ ବୋଲି ନିଜେ ନମିତା ଓ ତାଙ୍କ ପିତା ତ୍ରିନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଯନ୍ତ୍ରଣା ଅସହ୍ୟ ହେବା ପରେ ନମିତା ବାରମ୍ବାର ଥାନାରେ ଏବଂ ବିଭିନ୍ନ ସ୍ଥାନରେ ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳୁ ନାହିଁ। ବର୍ତ୍ତମାନ ସେ ତାଙ୍କ ଶିଶୁ ଶ୍ରୀୟା ସହ ନିଜ ପିତା ଙ୍କ ଘରେ ଦୁଃଖ କଷ୍ଟ ରେ ଜୀବିକା ନିର୍ବାହ କରୁଛନ୍ତି। ଏପରି କି ସେ ଓ  ତାଙ୍କ ପିତା ଙ୍କ କହିବା ପ୍ରକାରେ ପୋଲିସ ମଧ୍ୟ ସେମାନଙ୍କୁ ଉଚିତ୍ ବ୍ୟବହାର ଦେଇ ନାହିଁ। ସମାଜସେବୀ କାଞ୍ଚନ ହରିଜନ ଙ୍କ ସହ ନମିତା ଙ୍କ ସାକ୍ଷାତ ହେବା ପରେ, କାଞ୍ଚନ ହିଁ ନମିତା ଙ୍କ ଦୁଃଖଦ ଘଟଣା କୁ ଗଣମାଧ୍ୟମ ପର୍ଯ୍ୟନ୍ତ ଆଣିଥିଲେ। ନମିତା ଙ୍କ ସ୍ବାମୀ ନିଜ ଶିଶୁ ଶ୍ରୀୟା କୁ ମଧ୍ୟ କିଛି ଦେଉ ନ ଥିବା ନମିତା ଅଭିଯୋଗ କରିଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!