ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଶୁକ୍ରବାର ଦିନ ପୂର୍ବାନ୍ହ 9 ଘଂଟିକା ସମୟରେ ଗଣିଆ ତହସିଲ କଲୋନୀରୁ ଉଠାଇଲା ଭିଜିଲାନ୍ସ l ସୂଚନା ଥାଉକି ଗୋଟିଏ ବାଲି ଗାଡିକୁ ଛାଡ଼ିବା ପାଇଁ 13000 ଟଙ୍କା ଡ଼ିଲ କରିଥିବାବେଳେ l ଅଗ୍ରିମ 10 ହଜାର ନେଇଥିଲେ ଆଜି ବାକି 3 ହଜାର ଟଙ୍କା ନେଉଥିବା ସମୟରେ ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସ ର ମିଳିତ ସହଯୋଗରେ ଶୁକ୍ରବାର ଦିନ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛନ୍ତି । ଗଣିଆ ସରକାରୀ ବାସଭବନ ସହ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ ଚାଲୁରହିଛି।