Tuesday, August 23, 2022
Homeରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ

ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ମାଲକାନଗିରି ଜିଲ୍ଲା ତରଫରୁ ଚରଣ ବଦ୍ଧ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ଜିଲ୍ଲପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ୨୨ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଅଛି ।
ବିଶେଷ କରି ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରି ଆଜି ବିଭିନ୍ନ ଆଦିବାସୀ ସଂଗଠନ ତରଫରୁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଭାରତରେ ବିଭିନ୍ନ ରାଜ୍ୟରେ ବାସ କରୁଥିବା ଆଦିବାସୀ ସଂସ୍କୃତି ଓ ପରିଚୟ ସମାପ୍ତ କରିବା ଏବଂ ବିକାଶ ନାମରେ ଜଳ, ଜଙ୍ଗଲ ଓ ଜମିରୁ ଉଚ୍ଛେଦ କରିବା ପାଇଁ ସଂସଦ ଦ୍ୱାରା ଅଣସାମ୍ବିଧାନିକ ଆଇନକୁ ତୁରନ୍ତ ରଦ୍ଦ କରି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଧର୍ମ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ ଏହି ଦାବିପତ୍ର ପ୍ରଦାନ କରାଯାଇଅଛି । ଏହା ବ୍ୟତୀତ  ମଣିପୁର ରାଜ୍ୟରେ ଯେଉଁ ଅମାନବୀୟ ଘଟଣା ଘଟିଚାଲଛି, ନାରୀ ନିର୍ଯ୍ୟାତନା ,ନର ହତ୍ୟା ,ପୋଡ଼ା ଜଳା,ହିଂସା କାଣ୍ଡକୁ ନିୟନ୍ତ୍ରଣ କରି ସେଠାକାର ମୂଳନୀବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି । 
ଏହି ଆନ୍ଦୋଳନରେ ରାଷ୍ଟ୍ରୀୟ ଆଦିବାସୀ ପରିଷଦ ସମସ୍ତ କର୍ମକର୍ତ୍ତା, ଆଦିବାସୀ ମହାସଙ୍ଘ ସଭାପତି ଘନଶ୍ୟାମ ମାଡକାମୀ,ମା' ଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋଇ,ଅଲ୍ ଇଣ୍ଡିଆ ସେଡୁଲ କାଷ୍ଟ ଫେଡେରେସନ ଓଡ଼ିଶା ଷ୍ଟେଟ ସଭାପତି ରଥିକୃଷ୍ଣ ପାତ୍ର,ଘେନୁ ମୁଦୁଲି,ହରିବନ୍ଧୁ ଗୋଲରୀ, ଆନନ୍ଦ ମାଢି,ସିପିଏମ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀ, ବିଏସପି ସଭାପତି  ଜାରା ଶବର ମାଡି, ଆଇନଜୀବୀ ଭୂଦେବ ମହାନନ୍ଦିଆ, ଗୁରୁଚାନ୍ଦ ଆମ୍ବେଦକର ମିଶନ ସଭାପତି ଲକ୍ଷ୍ମଣ ଘରମୀ, ସନୁ ଅନୁଗୁ, କେ. ଦେଶି ରାଜୁ ଅଚାରୀ, ଶିଶିର ମଣ୍ଡଳ, ଅମ୍ରିତ ମଣ୍ଡଳ ଏବଂ ୧୩ ଗୋଟି ଆଦିବାସୀ ସମାଜର ବହୁ ମହିଳା ଓ  ପୁରୁଷ ଉପସ୍ଥିତ ରହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!