ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ର ସଦସ୍ୟ ମାନଙ୍କ ଦ୍ଵାରା ଡେ଼ଙ୍ଗୁ ଏବଂ ବ୍ୟାପକ ଆଖି ଧରା ରୋଗ ଉପରେ ସଚେତନତା କରିବା ପାଇଁ ଗୁରୁବାର ଦିନ ଏକ ସଚେତନତା ରଥର ଉଦ୍ଘାଟନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଏମକେସିଜି ମେଡିକାଲ ଅଧୀକ୍ଷକ ଡକ୍ଟର ସୁଚିତ୍ରା, ନାରାୟଣ ମିଶ୍ର, ଏମକେସିଜି ରେଜିଷ୍ଟ୍ରାର ତଥା ରୋଟରୀୟାନ ସଂଗ୍ରାମ ପଣ୍ଡା, ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ପ୍ରମୁଖ ଯୋଗ ଦେଇ ଜନ ସାଧାରଣ ଙ୍କୁ ଭଲ ଭାବରେ ବୁଝାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ରଥକୁ ଏମକେସିଜି କଲେଜ ର ନୂତନ ଫାଟକ ରୁ ପତାକା ଉତ୍ତୋଳନ କରି ରଥର ଶୁଭାରମ୍ଭ କରାଯାଇଥିଲା।ଏହି ରଥ ଓଡ଼ିଆ ଅଡିଓ ସାଉଣ୍ଡ ସହ ରଥ କ୍ରମାଗତ ଭାବେ 15 ଦିନ ଧରି ପ୍ରତ୍ୟେକ ସାହି,ଗଳି,ବଜାର, ଏବଂ ସହରର ବିଭିନ୍ନ କୋଣ ଅନୁକୋଣ କୁ ପରିକ୍ରମା କରି ସଚେତନତା କରିବ ବୋଲି ରୋଟାରୀ କ୍ଲବ ଅଫ୍ ସେଣ୍ଟ୍ରାଲ ସଚିବ ରୋଟରୀୟାନ୍ ଜୟରାମ ରାଜୁ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ର ବହୁ ସଦସ୍ୟ ମାନଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର