ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଏନ୍ ଜେ ଏକ୍ସପ୍ରେସ ଫାଇନାନ୍ସ ଡ୍ରିଷ୍ଟିବୁଟର ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ସବିତା ସୁଆର ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ କାଉଁସିଲର ସଞ୍ଜୀବ ପାଣିଗ୍ରାହୀ, ଏନ୍ ଜେ ଏକ୍ସପ୍ରେସ ଫାଇନାନ୍ସ ର ମୁଖ୍ୟ ସମ୍ପାଦକ ପ୍ରକାଶ ପଣ୍ଡା, ନିବେଦିତା ପାଢ଼ୀ ଓ ବହୁ କର୍ମୀ ଉପସ୍ଥିତ ରହିଥିଲେ। ଶଙ୍କର ଭବନ ଠାରେ ଏକ ଷ୍ଟାଫ ମିଟିଂର ଆୟୋଜନ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ପଳାସ ଚୌଧୁରୀ ଏକ ଭିଜିୱାଲ ମାଧ୍ୟମ ରେ ଫାଇନାନ୍ସ କମ୍ପାନୀ ବିଷୟରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ରେ ଏହି ଫାଇନାନ୍ସ ଡ୍ରିଷ୍ଟିବୁଟର କମ୍ପାନୀ ପ୍ରଥମ ଥର ପାଇଁ ଖୋଲାଯାଇଛି। ଏହି ସଂସ୍ଥା ବେକାରୀ ଯୁବକ ଯୁବତୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି।ବ୍ରହ୍ମପୁର ସହର ଓ ପୁରା ଗଞ୍ଜାମ ଜିଲ୍ଲା ରେ ଏହି ଫାଇନାନ୍ସ ସଂସ୍ଥା ଏକ ନମ୍ବର ହୋଇପାରିବ ବୋଲି ପ୍ରକାଶ ପଣ୍ଡା , ଓ ନିବେଦିତା ପାଢ଼ୀ ମତ ଦେଇଛନ୍ତି, ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।