ମାଲକାନଗିରି ଜିଲା ବାଲିମେଳା ସହରରେ ରହିଛି ପୋଟେରୁ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟାଳୟ। ଜିଲାର ଚାଷୀଙ୍କୁ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଟକୋଣ୍ଡା ଠାରେ ଥିବା ବ୍ୟାରେଜରୁ ତମସା ଓ ଗୋମ୍ପାକୋଣ୍ଡା ଦୁଇଟି ମୁଖ୍ୟ କେନାଲ ଦ୍ବାରା ଚାଷ ପାଇଁ ଆବଶ୍ୟକ ଜଳ ଯୋଗାଇ ଦିଆଯାଉଛି। ତେବେ ପୋଟେରୁ ଜଳସେଚନ ପ୍ରକଳ୍ପ ଦ୍ବାରା ହେଉଥିବା ଉନ୍ନତମାନର କାର୍ଯ୍ୟକୁ ଦୃଷ୍ଟିରେ ରଖ୍ ଗତ କିଛିଦିନ ତଳେ ନୂଆଦିଲ୍ଲୀ ଠାରେ ଏହି ପ୍ରକଳ୍ପକୁ ପୁଟିନମ ପୁରସ୍କାର ମଧ୍ୟ ମିଳିଛି । ତେବେ ୪୦ରୁ ଉର୍ଦ୍ଧ୍ଵ ବର୍ଷ ତଳେ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋଲକୋଣ୍ଡାଠାରେ ନିର୍ମିତ ବ୍ୟାରେଜର ୫ଟି ମୁଖ୍ୟ ଫାଟକ ମଧ୍ଯରୁ ବର୍ତ୍ତମାନ ୨ଟି । ସୋର୍ସକୋଣ୍ଡା ବ୍ୟାରେଜକୁ ବିଦ୍ୟୁତ୍ ଯୋଗାଣ ପ୍ରାୟ ଦୁଇବର୍ଷ ହେବ ବନ୍ଦ ରହିଛି ସେଠାରେ ଥିବା ଗୋଟିଏ ଜେନେଟରରୁ ବାହାରୁଥିବା ବିଦ୍ୟୁତ୍ ଦ୍ଵାରା ଗେଟଗୁଡିକ ଖୋଲିବା ଓ ବନ୍ଦ କରିବା କରାଯାଉଛି ।
। କରାଯାଉନି ମରାମତି, ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ
॥ ୨ ବର୍ଷ ହେବ ବ୍ୟାରେଜକୁ ବିଦ୍ୟୁତ୍ ସେବା ବନ୍ଦ
ବ୍ୟବସ୍ଥା ବନ୍ଦ ରହିବା ସହ ଅଚଳ ହୋଇ ପଡିଥିବା ୫ନମ୍ବର ଫାଟକକୁ ମରାମତି ମଧ୍ୟ କରାଗଲା ଯାଇନାହିଁ। ରକ୍ଷଣା ବେକ୍ଷଣ ଅଭାବରୁ ଦୁଇଦିନ ତଳେ ୩ ନମ୍ବର ଫାଟକ ଅଚଳ ହୋଇ ପଡିରହିଛି। ଏପରି ସମସ୍ୟା ଯୋଗୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଉଭୟ ପାର୍ଶ୍ଵରେ ବସବାସ କରୁଥିବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଏସମ୍ପର୍କରେ ଉକ୍ତ ବ୍ୟାରେଜ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗେଟ ଗୁଡିକ ମରାମତି କରିବା ସମ୍ପର୍କରେ ଆମ୍ବାଗୁଡାଠାରେ ଥିବା ମେକାନିକାଲ ଡିଭିଜନକୁ ରିକୁଏଶନ ପଠାଯାଇଛି। । କିଛିଦିନ ତଳେ ଡିଭିଜନ ପକ୍ଷରୁ ଏହାର ମରାମତି ନିମନ୍ତେ ଏକ ଟିମ୍ ଆସି ସର୍ଭେ କରିଯାଇଥିବା ପାତ୍ର କହିଛନ୍ତି।
ରକ୍ତ ଗେଟ୍ଟି ସେବେଠାରୁ ମରାମତି ନ ହୋଇ ଏପର୍ଯ୍ୟନ୍ତ ପଡି ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷ ଜାରି ରହିଥିବାରୁ ବର୍ଷା ଜଳ ବାଲିମେଳା ନଦୀରେ ପ୍ରବେଶ କରିବା ପରେ ନଦୀ ଫୁଲିବା ସହ ବ୍ୟାରେଜରେ କ୍ଷମତାଠାରୁ ଅଧିକ ପରିମାଣର ପାଣି ଜମା ହୋଇଥିଲା। ଫାଟକ ସମ୍ପୂର୍ଣ ଅଚଳ ହୋଇ ପଡିରହିଛି । ଅତ୍ୟଧିକ ପାଣି ହେବାରୁ ଫାଟକଗୁଡିକ ଉପରଦେଇ ପାଣି ନିଷ୍କାସିତ କାଯାଇଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବ୍ୟାରେଜରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଜେନେରେଟର ଷ୍ଟାର୍ଟ କରି ଫାଟକ ଖୋଲିବାକୁ ଉଦ୍ୟମ କରିଥିଲେ। ଜେନେରେଟର ଷ୍ଟାର୍ଟ ନ ହେବାରୁ କର୍ମଚାରୀମାନେ ହ୍ୟାଣ୍ଡେଲ
ଜରିଆରେ ୩ନମ୍ବର ଫାଟକ ଖୋଳୁଥିବା ସମୟରେ ଜଳର ଚାପ ଯୋଗୁ ଫାଟକ ଖୋଲିବାରେ ସମସ୍ୟା ଉପୁଜିଥିଲା। ଏହି ସମୟରେ ସେଥିରେ ଲଗାଯାଇଥିବା ଲୁହାର ଚେନ୍ ଛିଡିଯାଇଥିଲା। ଫଳରେ ଏବେ ବ୍ୟାରେଳର ଦୁଇଟିଯାକ ଗେଟ୍ ସମ୍ପୂର୍ଣ ବନ୍ଦ ହୋଇ ରହିଛି । ଅନ୍ୟ ୩ଟି ଗେଟରେ ଜଳ ନିଷ୍କାସନ ପାଇଁ ଏହାକୁ ଖୋଲାଯାଇଛି। ଆସନ୍ତା ୩୦ ପର୍ଯ୍ୟନ୍ତ କିମ୍ବା ଆବଶ୍ୟକ ହେଲେ ପାଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତମସା ଓ ଗୋମ୍ଫା କୋଣ୍ଡା କେନାଲରେ ଜଳ ଯୋଗାଣ ବନ୍ଦ ରଖାଯିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୀର୍ଘ ଦୁଇ ବର୍ଷ ଧରି ବ୍ୟାରେଜରେ ବିଦ୍ୟୁତ୍ ବନ୍ଧ