ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ପ୍ରାଧିକାରଣ ଅଧକ୍ଷା ଅଜନ୍ତା ଶଢଙ୍ଗୀ, ଜିଲ୍ଲା ବିଚାରପତି ଙ୍କ ନିର୍ଦ୍ଦେଶ ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ପ୍ରାଧିକରଣ ସଚିବ ତଥା ନିରନ୍ତର ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅଶୋକ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସଂଯୁକ୍ତା ପ୍ରଧାନ, ଶିଶୁ ମଙ୍ଗଳ କମିଟିର ସଦସ୍ୟା କୁଞ୍ଜ ଲତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଇନ ସେବା ପ୍ରାଧିକରଣ କାର୍ଯ୍ୟ ଓ କ୍ଷମତା ଆଇନ ସେବା ଦ୍ଵାରା ଜଣ ସାଧାରଣ ପାଉଥିବା ବିଭିନ୍ନ ସୁବିଧା, ସାମ୍ବିଧାନିକ ବ୍ୟବସ୍ଥା,ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର, କିଶୋର ନ୍ୟାୟ ଆଇନ, ଶିକ୍ଷା ଅଧିକାର ଆଇନ, ପୋକଶ ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନ, ବାଲ୍ୟ ବିବାହ ନିରୋଧ ଆଇନ ଇତ୍ୟାଦି ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲି ବିଦ୍ୟାଳୟର ବିଭିନ୍ନ ଅସୁବିଧା ଗୁଡିକ ଦେଖିଥିଲେ। ରକ୍ଷଣ ବେକ୍ଷଣ ଅଭାବରୁ ବିଦ୍ୟାଳୟରେ ଫାଟ ସୃଷ୍ଟି ହୋଇ ବିପଦ ସଂକୁଳ ଅବସ୍ଥାକୁ ଆସିବା, ଶୌଚାଳୟ ରେ ବିଭିନ୍ନ ଅବ୍ୟବସ୍ଥା, ସମ୍ମିଳନୀ କକ୍ଷ ଅଭାବରୁ ଛାତ୍ରଛାତ୍ରୀ ମାନେ ବର୍ଷା ଦିନେ ନାହିଁ ନଥିବା ଅସୁବିଧା ଭୋଗୁଥିବା, ଖେଳ ପଡ଼ିଆର ରକ୍ଷଣ ବେକ୍ଷଣ କରାନଯିବା, ବିଦ୍ୟାଳୟ ଚାରିପଟେ ଜଙ୍ଗଲ ସୃଷ୍ଟି ହୋଇଥିବା, ବିଦ୍ୟାଳୟରେ ରଙ୍ଗ ମରାନଯିବାରୁ ଖରାପ ଦେଖାଯିବା ଇତ୍ୟାଦି ଦେଖି ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପ୍ରାଧିକାରଣ ଅଧ୍ୟକ୍ଷକଙ୍କ ନଜରକୁ ଆଣିଥିଲେ। ସମସ୍ତ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବାକୁ କେନ୍ଦ୍ରିୟ ବିଦ୍ୟାଳୟ ସଂଗଠନ ର କମିଶନର, ଉପ-କମିଶନର, ସଂଗଠନ ର ଅଧିକ୍ଷଣ ଯନ୍ତ୍ରୀ ଓ କେନ୍ଦ୍ରୀୟ ପୁର୍ତ୍ତ ବିଭାଗ କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।