Tuesday, August 23, 2022
Homeକେରାଣ୍ଡି ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

କେରାଣ୍ଡି ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି l ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାୟଗଡ଼ ବ୍ଲକରେ ଏକ କମିଟି ଗଠନ କରାଯାଇଛି l ଉକ୍ତ କମିଟିର  ସଦସ୍ୟ ରାୟଗଡ଼ ବ୍ଳକ୍ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନର ଗଜପତି ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ କମିଟିର ଉପାଧ୍ୟକ୍ଷ ଧନେଶ୍ଵର ଭୁୟାଁ ,  ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପିତାମ୍ବର ନାୟକ , ଆଦିବାସି ଉନ୍ନୟନ ପରିଷଦ କମିଟିର ସଦସ୍ୟ ଜ୍ଞାନରଞ୍ଜନ ଜେନାଙ୍କ ନେତୃତରେ  ପ୍ରଥମ ଥର ରାୟଗଡ଼ ବ୍ଲକରେ କରେଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ପଞ୍ଚାୟତର ବୁଦ୍ଧିଜୀବୀ ମାନଙ୍କୁ ନେଇ  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ  ଅନୁଦାନ ଆସିଥିବା ୫୦ ଲକ୍ଷ୍ୟ ଟଙ୍କାକୁ  କିପରି ଭାବରେ ପଞ୍ଚାୟତର ଉନ୍ନତି କାର୍ଯ୍ୟ ରେ ଖର୍ଚ୍ଚ କରାଯିବ ସେ  ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଦିନରେ ଏହି ପରି ରାୟଗଡ଼ ବ୍ଲକର ୨୧ ଗୋଟି ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାବାର କାର୍ଯ୍ୟ କ୍ରମ କରାଯିବ ବୋଲି ଆଦିବାସି ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଧନେଶ୍ଵର ଭୁୟାଁ ପ୍ରକାଶ କରିଛନ୍ତି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!