Tuesday, August 23, 2022
Homeଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ର ସଡ଼କ ସୁରକ୍ଷା ଓ ବନୋମହୋସ୍ତବ ଅନୁଷ୍ଠିତ

ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ର ସଡ଼କ ସୁରକ୍ଷା ଓ ବନୋମହୋସ୍ତବ ଅନୁଷ୍ଠିତ

୨୭/୦୭/୨୦୨୩ ରିଖ ଦିନ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ , କୋଦଳା ରେ ଜାତୀୟ ସେବା ଯୋଜନା ତରଫରୁ ସଡ଼କ ସୁରକ୍ଷା ସପ୍ତାହ ଏବଂ ବନୋମହୋସ୍ତଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସେବା ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ସଭାପତିତ୍ୟ କରିଥିଲେ । ସମ୍ମାନିତ ଅତିଥି ଭାବେ କୋଦଳା ଥାନା ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏବଂ ଜାତୀୟ ସେବା ଯୋଜନା ର ସ୍ଵଚ୍ଛାସେବୀ ମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନତା କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚେଇବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ ସଫଳ କରିଥିଲେ। ଏଥିରେ ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼. ବିଷ୍ଣୁ ନାରାୟଣ ସେଠୀ ସଡକ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜାତୀୟ ସେବା ଯୋଜନା ର ଅଧିକାରୀ ଡ. ପ୍ରଦୀପ କୁମାର ପଣ୍ଡା ଏବଂ ସାଗରିକ ଦାଶ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!