Tuesday, August 23, 2022
Homeଗୋଷ୍ଠୀ ଶୌଚାଳୟ ନିକଟରେ ଫଳ ଦୋକାନ କାହା ସ୍ୱାର୍ଥରେ ଚାଲିଛି

ଗୋଷ୍ଠୀ ଶୌଚାଳୟ ନିକଟରେ ଫଳ ଦୋକାନ କାହା ସ୍ୱାର୍ଥରେ ଚାଲିଛି

ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି ପୈାରପରିଷଦ ଅଧିନରେ ଥିବା ଗାଡ଼ି ପାର୍କିଂ ସ୍ଥଳରେ ପୌରପରିଷଦ ପକ୍ଷରୁ ଥିବା ଗୋଷ୍ଠୀ ଶୌଚାଳୟ କାହା ନିର୍ମାଣ କରିଛନ୍ତି ପାରଳାଖେମୁଣ୍ଡି ପୌର ପରିଷଦ ଜନସାଧାରଣଙ୍କ ପାଇଁ ନା ଫଳ ବେପାରୀ ପାଇଁ l ଏହା ସର୍ବ ସାଧାରଣ ରେ ଜାଣିବା କଷ୍ଟକର ହୋଇପଡିଛି। କାରଣ ଦୀର୍ଘ ଆଠ ବର୍ଷ ତଳେ ପୌରପରିଷଦ  କଂଗ୍ରେସ ଦଳ ହାତରେ ଥିବା ହେଲା ଏହି ଗଷ୍ଟି ଶୌଚାଳୟ ସାଧାରଣ ଜନତାଙ୍କ ପାଇଁ ଆରମ୍ଭ ହୋଇଥିଲା l ପରେ ପୌର ପରିଷଦ  ବିଜେଡି ଦଳ ହାତକୁ ଗଲା ପରେ ଏହା ଗୋଟିଏ ଦିନ ହେଲେ ଲୋକଙ୍କ ସେବାରେ ଉପଯୋଗ ହୋଇପାରୁନାହିଁ। କାରଣ ଏଠାରେ ଦୁଇ ଚକିଆ ଗାଡ଼ି ଏବଂ ଚାରି ଚକିଆ ଗାଡ଼ି ପାଇଁ ପୌର ପରିଷଦ ଟେଣ୍ଡର ପ୍ରକ୍ରିୟା ଦ୍ଵାରା ଭେଣ୍ଡର କୁ ଦିଆଯାଇଛି କେବଳ ଲୋକ ଦେଖାଣିଆ ସକାସେ। ଏହି ଗାଡ଼ି ପାର୍କିଂ ସ୍ତାନରେ ରାତିରେ ସଦାସର୍ବଦା ମଦୁଆଙ୍କ ଆଡା ଜମିଥାଉଛି। ଏହି ସ୍ଥାନଟି ଗାଡ଼ି ପାର୍କିଂ ବଦଳରେ ସମସ୍ତ ସ୍ଥାନ ମାସିକ ଭଡ଼ା ଲଗାଇ ଦେଉଛନ୍ତି। ଏଠାରେ ଗଷ୍ଟି ଶୌଚାଳୟ ମଧ୍ୟ ଲୋକଙ୍କର ସେବାରେ ନଲଗାଇ ଫଳ ଗଦାମ ରେ ବ୍ୟବହାର କରାଯାଉଛି। ଏହି ଶୌଚାଳୟ ଗଦାମ କରିବା ପାଇଁ ଆଦେଶ କିଏ ଦେଇଛି! କାହା ସ୍ୱାର୍ଥରେ ହେଉଛି ଏହି ବେନିୟମ କାର୍ଯ୍ୟ! ସାଧାରଣ ଲୋକଙ୍କ ପାଇଁ ବନେଈଥିବା ଥିବା ଶୌଚାଳୟ କୁ ଫଳ ଗଦାମ କରିବା ପାଇଁ ଯେଉଁ ଅର୍ଥ ଆସୁଛି ସେ ପାଈସା କିଏ ନେଉଛି ଏବଂ କା ପକେଟକୁ ଯାଉଛି ସେଠାରୁ ଫଳ ଦୋକାନକୁ କାହିଁକି ଉଠାଯାଉ ନାହିଁ l କାହା ସ୍ୱାର୍ଥରେ ଏହି ଗୋଷ୍ଠୀ ଶୌଚାଳୟ ନିକଟରେ 
ଏହି ଫଳ ଦୋକାନ ଚାଲିଛି ବିଭାଗୀୟ କର୍ମଚାରୀ ଙ୍କ ବିନା ଅନୁମତିରେ ଏହି କାର୍ଯ୍ୟକ୍ରମ ହେଉଛି କି? ଯଦି ଅଧିକାରୀ ଅବଗତ ଅଛି ତାହା ହେଲେ କ'ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଏଠାରେ ସାଧାରଣ ଲୋକେ କି ଅଞ୍ଚଳ ବାସିନ୍ଦା କହିଛନ୍ତି ଯେ କିଛି ଅଧିକାରୀ ଙ୍କ ମଧୁଚନ୍ଧ୍ରିକା ଯୋଗୁଁ ଏହା ବିଚ ମୂଖ୍ୟ ରାସ୍ତା ଉପରେ ଥିବା ଗଷ୍ଟି ଶୌଚାଳୟ ଫଳ ଗଦାମ ରେ ବ୍ୟବହାର କରାଯାଉଛି। ଏହା ଉପରେ ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!