Tuesday, August 23, 2022
Homeକୁମ୍ଭୀର ଦାଉରୁ ରକ୍ଷା ପାଇଁ ନଦୀ ଗଣ୍ଡରୁ ଜଳ ନିଷ୍କାସନ କରିବା

କୁମ୍ଭୀର ଦାଉରୁ ରକ୍ଷା ପାଇଁ ନଦୀ ଗଣ୍ଡରୁ ଜଳ ନିଷ୍କାସନ କରିବା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ଭାରି ଗାଁ ପଞ୍ଚାୟତ ନିକଟସ୍ଥ ଘୋଡାହାଡ ଜଳ ଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ମାନଙ୍କରେ ବାରମ୍ୱାର କୁମ୍ଭୀର ଆକ୍ରମଣ କରି ମଣିଷ ମାରିବାର ଏବଂ କ୍ଷତବିକ୍ଷତ କରିବାର ନଜର ଆସୁଅଛି।ନଦୀ ଗଣ୍ଡ ମାନଙ୍କରେ କୁମ୍ଭୀର ମାନେ ରହୁଥିବା ବେଳେ ଗତ କିଛି ଦିନ ହେଲା ନଦୀ ପଠା କୁ ଏବଂ ନଦୀ ତୁଠ କୁ ଆସି ମଣିଷ ତଥା ଗୃହପାଳିତ ପଶୁ ମାନଙ୍କୁ ବାରମ୍ୱାର ଆକ୍ରମଣ କରୁଛନ୍ତି।ଗତ ଜୁନ ମାସ 25 ତାରିଖ ରେ କୁମ୍ଭୀର ଆକ୍ରମଣରେ ଟିକରପଡ଼ା ଗ୍ରାମର ଭିକାରୀ ଗୌଡ଼ ଙ୍କ ପଞ୍ଚମ ଶ୍ରେଣୀ ରେ ପଢୁଥିବା ଏକ ମାତ୍ର ପୁତ୍ରର ମୃତ୍ୟୁ ହୋଇଥିଲା।ଜୁଲାଇ 20 ତାରିଖରେ ଖମ୍ଭାରୀ ଗାଁ ର ଏକ ଯୁବ ମିସ୍ତ୍ରୀ ଟୁକୁନା ବେହେରା ଗାଧୋଉଥିବା ସମୟରେ ସେ କୁମ୍ଭୀର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।ସେହିପରି 22 ଫେବୃଆରୀ ରେ ସେହି ଖମ୍ଭାରୀ ଗାଁ ର  ନଇନା ଗୌଡ଼ ଙ୍କୁ କୁମ୍ଭୀର ମରଣା ତ୍ତ୍ମକ ଆକ୍ରମଣ କରିଥିଲା। ଗତକିଛି ଦିନ ପୂର୍ବେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ ନେତୃତ୍ୱରେ ଏକ ଜଳ ସ୍ତରୀୟ ତଦନ୍ତ ଦଳ ବିଭାଗୀୟ ଅଧିକାରୀ ଙ୍କୁ ନେଇ ଘଟଣା ସ୍ଥଳ ପରିଦର୍ଶନ କରି ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ତଦନ୍ତ ଦଳ ନଦୀ ଗଣ୍ଡ ର ଉଭୟ ପାର୍ଶ୍ଵ ରେ କାନ୍ଥ କରି ଚେନାଲ ଦ୍ଵାରା ପାଣି ଛଡ଼ାଯିବ ଏବଂ ତାରବାଡ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ତାହା କେବେ କାର୍ଯ୍ୟକାରୀ ହେବ ଏକ ବିରାଟ ପ୍ରଶ୍ନ ରୂପେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।ତେଣୁ ଜନ ସାଧାରଣ ଙ୍କୁ ଅନୁରୋଧ ଏବଂ ଉଚ୍ଚ ସ୍ତରୀୟ ପ୍ରତିନିଧି ମାନଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ ଦାବି କରୁଅଛୁ।ଯଦି ଏହି କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିର୍ତ୍ତି ରେ କାର୍ଯ୍ୟକାରୀ ନ କରାଯାଏ ତେବେ ଆମେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବୁ ଏବଂ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେବାକୁ ବାଧ୍ୟ ହେବୁ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!