Tuesday, August 23, 2022
Homeମାଥିଲିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ।

ମାଥିଲିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ।

ମାଲକାନଗିରି  କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୁଲ୍ୟରେ ଆଜି ମାଥିଲିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି।ଜିଲ୍ଲାପାଳ ବିଶାଲ ସିଂଙ୍କ ଦିଗଦର୍ଶନରେ ଆୟୋଜିତ ଶିବିରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଇରପୁଟ ବ୍ଲକ ଅଧ୍ୟକ୍ଷ, ବଵିଘ୍ନରାଜ କିର୍ଷାନି, ଖଇରପୁଟ ବ୍ଲକ ସମିତି ସଦସ୍ୟ,  ରଞ୍ଜନ ପାଙ୍ଗି, ମାଥିଲି ବ୍ଲକ ସମିତି ସଦସ୍ୟ, ବାଲରାଜୁ କପେ ଏବଂ ମାଥିଲି ସରପଞ୍ଚ , କାନମରାଜୁ ନାୟକ ମଞ୍ଚାସୀନ ଥିଲେ ।ଶ୍ରୀ  ବାକା ହିତାଧିକାରୀମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ବଣ୍ଟନ କରି  କହିଥିଲେ ଯେ ପ୍ରତି  ମାସରେ କ୍ଷେତ୍ର ସ୍ତରରେ  ଏହିଭଳି ଶିବିର ଆୟୋଜନ କରିବା  ଦ୍ୱାରା ଜିଲ୍ଲାର ଶ୍ରମିକ ଭାଇଭଉଣୀ ମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସହାୟତା ବିଷୟରେ ସଚେତନ ହୋଇପାରିବେ। ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ, ଶରତ ପାଣିଗ୍ରାହୀ ସମସ୍ତଙ୍କୁ ସ୍ବାଗତ ଜଣାଇ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଉପଲବ୍ଧ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ତିନି ମାସରେ ଜିଲ୍ଲାରେ ପ୍ରାୟ ୮ ହଜାର ଶ୍ରମିକଙ୍କର ପଞ୍ଜିକରଣ କରାଯାଇଛି । ସୁଚନା ଥାଉ କି ପ୍ରବଳ ବର୍ଷା ସତ୍ତ୍ବେ ୩୫୪ ଜଣ ଶ୍ରମିକ ଭାଇଭଉଣୀ ଏହି ଶିବିରରେ ଯୋଗ ଦେଇଥିଲେ। ଶିବିରରେ ମାଥିଲି ଏବଂ  ଖଇରପୁଟ ବ୍ଲକର ୧୭ ଜଣଙ୍କୁ ୩୩ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ, ଅନ୍ତେଷ୍ଟି କ୍ରିୟା ନିମନ୍ତେ ୧୭ ଜଣଙ୍କୁ ୮୫ ହଜାର, ଦୁଇ ଜଣଙ୍କୁ ବିବାହ ନିମନ୍ତେ ୧ ଲକ୍ଷ , ୪ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ନିମନ୍ତେ ୪୦ ହଜାର ଏବଂ ୬ ଜଣଙ୍କୁ ଶିକ୍ଷାବୃତ୍ତି ନିମନ୍ତେ ୪୧ ହଜାର ୮୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ୧୬୮ ହିତାଧିକାରୀଙ୍କୁ  ଗୃହ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି ଶିବିରରେ ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଶ୍ରମ ବିଭାଗ ଓ ମାଥିଲି  ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ସହାୟତା କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!