Tuesday, August 23, 2022
Homeକ୍ୟାନ୍ସର ପୀଡିତାଙ୍କୁ ଭେଟି ସହଯୋଗ ର ହାତବଢ଼ାଇଲେ ବିଧାୟିକା ଲତିକା ପ୍ରଧାନ

କ୍ୟାନ୍ସର ପୀଡିତାଙ୍କୁ ଭେଟି ସହଯୋଗ ର ହାତବଢ଼ାଇଲେ ବିଧାୟିକା ଲତିକା ପ୍ରଧାନ

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରିପାରି ଗ୍ରାମର ଭିକା ପଲେଇ ଙ୍କ ସାନ ଝିଅ କାଜଲ ପଲେଇ ବୟସ ମାତ୍ର ୧୬ ବର୍ଷ .. ଯେଉଁ ବୟସରେ ପିଲା ପାଠ ପଢିବା କଥା ଆଜିକୁ ପ୍ରାୟ ଦୀର୍ଘ ୬ମାସ ହେବ ସେ କୁଆଡେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହି ପରି ଏକ ଦୁଃଖଦ ଖବର ଶୁଣି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ  ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ କୁମ୍ଭାରଗାଁ ଗ୍ରାମପଞ୍ଚାୟତ ର କୁମାରିପାରି ସ୍ଥିତ ପିଡିତାଙ୍କ ବାସଭବନରେ ପହଁଚି ଝିଅଟିକୁ ଦେଖିଲା ପରେ ବହୁତ ଦୁଃଖ ଅନୁଭବ କରିବା ସହ ଗଞ୍ଜାମ ଜିଲ୍ଲା ରେଡ଼ କ୍ରସ୍ ତରଫରୁ ୩୦ ହଜାର ଟଙ୍କାର ସହାୟତା ବି.ଡ଼ି.ଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଉପସ୍ଥିତରେ ପ୍ରଦାନ କଲେ । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ପ୍ରକାର ସୁବିଧା ଯୋଗେଇ ଦେବାପାଇଁ ପ୍ରତିଶୃତି ଦେବାସହ  ଭଗବାନ ଙ୍କ ନିକଟରେ  ସେ କୁନି ଝିଅର ଖୁବଶୀଘ୍ର ଆଶୁଆରୋଗ୍ୟ ପାଇଁ କାମନା ମଧ୍ୟ କରିଛନ୍ତି ।
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!