ବାର୍ଦ୍ଧକ୍ୟ ବୟସରେ ବିବାହ କରିଲେ ରାମଚନ୍ଦ୍ର l ୧୮ ବର୍ଷ ହେଲା ଆରପାରିରେ ସ୍ତ୍ରୀ l ସ୍ତ୍ରୀ ଚାଲିଗଲା ପରେ ରୋଷେଇ କରି ଦେବାପାଇଁ ପାଖରେ କେହି ନଥିଲେ l ଦୁଇଟିଯାକ ଝିଅ ବିବାହ କରି ଶାଶୁ ଘର ଚାଲିଯାଇଛନ୍ତି l ସ୍ତ୍ରୀ ଙ୍କ ଦେହାନ୍ତ ପରେ ଦ୍ୱତୀୟ ବିବାହ କରିବା ପାଇଁ ଚେଷ୍ଟା କରୁଥିଲେ ରାମଚନ୍ଦ୍ର l ହେଲେ ଯେଉଁଠି ଦେଖିକି ଆସନ୍ତି, ଭାଇମାନେ ଯାଇ ପ୍ରସ୍ତାବ ଭାଙ୍ଗି ଦିଅନ୍ତି l ୭ ବର୍ଷ ତଳେ ରାମଚନ୍ଦ୍ର ଭଞ୍ଜନଗର ସ୍ଥିତ କୁଲାଗଡ଼ ଗ୍ରାମର ତ୍ରିନାଥ ସାହୁଙ୍କ ଝିଅ ସୁରେଖାଙ୍କୁ ଦେଖି ବିବାହ କରିବା ପାଇଁ ସ୍ଥିର କରିଥିଲେ l ହେଲେ ଭାଇମାନେ ପୁଣି ବାଧକ ସାଜିଥିଲେ l କିନ୍ତୁ ଗତ ଜୁଲାଇ ୧୯ ତାରିଖରେ ଭଦ୍ର ଲୋକଙ୍କ ଉପସ୍ଥିତ ରେ ଭଞ୍ଜନଗର କୋର୍ଟ ରେ ବିବାହ କରିଥିଲେ l ପରେ କୋର୍ଟ ରୁ ଆସି ମନ୍ଦିରରେ ବିବାହ କରିଥିଲେ l