Tuesday, August 23, 2022
Home ଯୁବପିଢି ଦେଶର ଭବିଷ୍ୟତ

ଯୁବପିଢି ଦେଶର ଭବିଷ୍ୟତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଅପରାହ୍ନରେ ନିର୍ବାଚନ ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପାଠଶାଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ରାୟ କହିଥିଲେ ଯୁବପିଢି ହେଉଛନ୍ତି ଦେଶର ଭବିଷ୍ୟତ।  ତେଣୁ ବିଭିନ୍ନ ନିର୍ବାଚନରେ ଯୁବପିଢି ଅଧିକରୁ ଅଧିକ ମତଦାନ କରିଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ନୁତନ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।  ଜଣେ ଭୋଟର ନିଜର ବୟସ ୧୮ ବର୍ଷ ହେବାର ଏକ ବର୍ଷ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଭୋଟର ତାଲିକାରେ ନିଜ ନାମ ଯୋଡ଼ିବା ପାଇଁ ଅନଲାଇନ କିମ୍ବା ଅନଲାଇନ୍ ରେ ଆବେଦନ କରିପାରିବେ।  ଯେଉଁଦିନ ଉକ୍ତ ଯୁବତୀ ଯୁବକଙ୍କ ବୟସ ୧୮ ବର୍ଷ ହୋଇଯିବ ସେହିଦିନଠାରୁ ସେମାନେ ଆପେ ଆପେ ମତଦାନ ଅଧିକାର ସୁଯୋଗ ପାଇବେ।  ତେଣୁ ଅଧିକରୁ ଅଧିକ ଛାତ୍ରୀ ଛାତ୍ରଙ୍କ ନାମ କିଭଳି ଭୋଟର ତାଲିକାରେ ଯୋଡ଼ି ହେବ ସେଥିପାଇଁ ସମସ୍ତେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷା ଆରତି ବାଳା ପ୍ରଧାନ ବୈଠକରେ ସଭାପତିତ୍ଵ କରିଥିଲେ। ପ୍ରାଧ୍ୟାପକ ବିଭାଶ ଦାସ ସଭାକୁ ସଂଯୋଜନା କରିଥିବା ବେଳେ ନାଭାଲ୍ ଅଫିସର ଡଃ ରବିନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।  ଭଞ୍ଜନଗର ବ୍ଲକ ଏ ବି ଡି ଓ ଭୀମସେନ ବାରିକ,  ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ସତପଥୀ,  ଏନ୍ ସି ସି ଆର୍ମି ଅଫିସର ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବର୍ତ୍ତମାନ ନାମ ଯୋଡ଼ିବା,  ବାଦ ଦେବା,  ସଂଶୋଧନ ପ୍ରମୁଖ କାର୍ଯ୍ୟ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।  କର୍ମଚାରୀ ମାନେ ଘରକୁ ଘର ବୁଲି ଉକ୍ତ କାର୍ଯ୍ୟକ୍ରମ କରୁଛନ୍ତି।  ଭୋଟର ଆଇଡେଣ୍ଟି କାର୍ଡ ସହ ଆଧାର କାର୍ଡ ନମ୍ବର ଯୋଡ଼ିବା ବାଧ୍ୟତାମୂଳକ କରାଯାଇଛି।  ଏହାଦ୍ବାରା ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ। 
ସୁପରଭାଇଜର ସୁନୀଲ ବେହେରା, ପ୍ରଦୀପ କୁମାର ସାସମଲ ତାଲିମଦାତା ଭାବେ ଯୋଗ ଦେଇଥିଲେ।  ଆକାଉଣ୍ଟ୍ ଅଧିକାରୀ ଅଧ୍ୟାପକ ସୁନୀଲ ଦାସ, କର୍ମଚାରୀ କୈଳାସ ଜେନା,  ସୁଧୀର ବିଶୋଇ, ଛାତ୍ର ଆଦିତ୍ୟ ଜେନା,  ବାବୁ ରଥ, ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ମୁକ୍ତିପଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!