Tuesday, August 23, 2022
Homeମାଲକାନଗିରିରେ ଏକ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ଶିବିର ଆୟୋଜିତ

ମାଲକାନଗିରିରେ ଏକ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ଶିବିର ଆୟୋଜିତ

ମାଲକାନଗିରି ଜିଲ୍ଲା ସଦର ମହକୁମା ଜିଲ୍ଲା ପରିଷଦ ସଭାଗୃହ ରେ ଏକ ଶିଶୁ ସୁରକ୍ଷା ସମ୍ଭନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଅଛି l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ମାଲକାନଗିରି ଓ ଓଡିଶା ଜୀବିକା ମିଶନ, ମାଲକାନଗିରି ର ମିଳିତ ଆନୁକୂଲ୍ୟରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତକରିବା, ଅଧାରୁ ପାଠ ଛାଡିଥିବା ସମସ୍ତ ପିଲାମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମଲେଖାଇବା, ଧନ୍ଦାମୂଳକଶିକ୍ଷା ଦ୍ୱାରା ପିଲାଙ୍କୁ ଆତ୍ମନିର୍ଭରଶିଳ କରାଇବା ଏବଂ ଯୌନ ଶୋଷଣରୁ ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଜିଲ୍ଲା ରେ ପୁଅ-ଝିଅ ମଧ୍ୟରେ ଥିବା ଲିଙ୍ଗଗତ ଭେଦଭାବକୁ ଦୂରକରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟଉଦେଶ୍ୟ ରହିଥିଲା l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଜିଲ୍ଲା ସଂଯୋଜକ  (Action Aid) ଦଳପତି ନାୟକ, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ (PCI India) ମନୋଜ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ପରିଚାଳକ ପବିତ୍ର ମୋହନ ବାରା, ଜିଲ୍ଲା ସଂଯୋଜକ   ତୃପ୍ତିମୟୀ ପଣ୍ଡା, ସୁଦେଷ୍ଣା ରାଉତ, କୁଞ୍ଜଲତା ପ୍ରଧାନ ଏବଂ ଜିଲ୍ଲା ର ପଞ୍ଚାୟତ ସ୍ତରରରୁ ଆସିଥିବା ସମସ୍ତ ପ୍ରେରଣା ଦିଦି ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!