Tuesday, August 23, 2022
Home ମାଲକାନଗିରିର ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

ମାଲକାନଗିରିର ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

 ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ବ କରିଥିବା ସ୍ଥଳେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ବାଇଁ କାର୍ଗିଲ ଶହୀଦ ମାନଙ୍କ ସ୍ମୁତିଚାରଣ  କରିଥିଲେ ।
ମୁଖ୍ୟ ବକ୍ତା ଅଶୋକ କୁମାର ଷଢ଼ଙ୍ଗୀ ନିଜ ବକ୍ତବ୍ୟରେ  କାର୍ଗିଲ ଯୁଦ୍ଧ ଓ ଭାରତର ମହାନୀୟତା ବିଷୟରେ ଚର୍ଚ୍ଚା କରିଥିଲେ । ଇତିହାସ ବିଭାଗର ଅଧ୍ୟାପକ ଡ଼ଃ. ଗୋକୁଳାନନ୍ଦ ପାତ୍ର ଯୁଦ୍ଧ ଏବଂ ତାହାର ବିଭୀଷିକା ଉପରେ ଆଲୋକପାତ କରିଥିଲେ । ଏହି ସ୍ମୃତି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଣଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ କାର୍ଗିଲ ରେ ଶହୀଦ ଯବାନ ମାନଙ୍କ ସ୍ମୃତିରେ ଦୁଇ ମିନିଟ୍ ମୌନ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!