Tuesday, August 23, 2022
Homeବନ୍ୟା ପାଣିରେ ପୁଣି ବୁଡିଗଲା କାଙ୍ଗୁରୁକୋଣ୍ଡା ପୋଲ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ

ବନ୍ୟା ପାଣିରେ ପୁଣି ବୁଡିଗଲା କାଙ୍ଗୁରୁକୋଣ୍ଡା ପୋଲ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ

ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ।I ଦକ୍ଷୀଣ ଓଡିଶା ତଥା ମାଲକାନଗିରି ଜିଲ୍ଲାରେ ମଙ୍ଗଳବାର ଠାରୁ  ବର୍ଷା ଜାରି ରହିଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି ।ରାତିରେ ବର୍ଷା ର ପରିମାଣ ଅଧିକ ହେବା ପରେ ସକାଳେ ବିଭିନ୍ନ ନଦୀଗୁଡିକରେ ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା ।ଜୟପୁର ମୋଟୁ କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଛୋଟ ବଡ ବ୍ରିଜ ଗୁଡିକ ବୁଡିଯିବା ଯୋଗୁ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି l ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା, ଏମଭି-୯୦ ଗୁବୁଲୁର ନାଳ ବ୍ରିଜ, ଏମଭି-୯୬  ବ୍ରିଜ ଉପରେ ବନ୍ୟା ପାଣି ପ୍ରଭାବିତ ହୋଇ ପାଣି ଲହଡି ଭାଙ୍ଗୁଛି । ସେହିଭଳି ଏହି ରାସ୍ତା ଦେଇ ମାଲକାନଗିରି ଠାରୁ ଛତିଶଗଡ଼ I ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟକୁ ଯୋଗାଯୋଗ    ବିଚ୍ଛିନ୍ନ ହୋଇଥିଲା ।ସମସ୍ତ ବ୍ରିଜଗୁଡିକ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରୁ ସବୁଠି ଯାତାୟତ ବନ୍ଦ ରହିଥିଲା । ଯାହା ଫଳରେ ମାଲକାନଗିରିଠାରୁ ମୋଟୁ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିଭଳି କାଲିମେଳା କନ୍ଯାଶ୍ରମ ନିକଟରେ ଥିବା ବ୍ରିଜ୍‌ ଉପରେ ୩ ଫୁଟର ପାଣି ଥିବାରୁ କାଲିମେଳାଠାରୁ ପଡ଼ିଆ ବ୍ଲକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ହେବାଦ୍ବାରା ପାହାଡିଆ ପାଣି ପ୍ରବଳ ମାତ୍ରାରେ ଆସିବାରୁ ଏହି ନାଳଗୁଡ଼ିକ ବନ୍ୟାଜଳ ପରୁପୂର୍ଣ୍ଣ ହୋଇଛି । ଯାହାଦ୍ବାରା ଏଠାରେ ଥିବା ତଳିଆ ବ୍ରିଜ୍ ବୁଡି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣ ଲୋକ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହି ନାଳ ଉପରେ ଦୀର୍ଘ ଦିନ ହେବ ଉଚ୍ଚ ବ୍ରିଜ ନିର୍ମାଣ କରାଯାଉଥିଲେ ମଧ୍ଯ ବର୍ତ୍ତମାନସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହୋଇନାହିଁ । ଏଣୁ ଏହି ବ୍ରିଜ କାମ ଯଥାଶୀଘ୍ର ସାରିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ କୃଷି କାର୍ଯ୍ୟ ପାଇଁ ବର୍ଷାର ଆବଶ୍ୟକତା ରହିଥିଲା । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କୃଷି କାର୍ଯ୍ୟ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ବ୍ରିଜ ଉପରେ ବନ୍ୟା ପାଣି କୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ରିଜ ଉପରେ ସୁରକ୍ଷା ଦିଆଯାଇଥିଲା l ବ୍ରିଜ ଦେଇ ନ ଯିବାକୁ ବାରଣ କରାଯାଇଥିଲା l ବ୍ରିଜ ବୁଡି ବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା l ଅପରାହ୍ନ 2 ଟା ପରେ ବନ୍ୟା ପାଣି ଧୀରେ ଧୀରେ ଖସିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!