Tuesday, August 23, 2022
Homeରାଜନୈତିକ ଦଳର ରାଜ୍ୟ ପଦାଧିକାରୀ ମାନଙ୍କର ବୈଠକ

ରାଜନୈତିକ ଦଳର ରାଜ୍ୟ ପଦାଧିକାରୀ ମାନଙ୍କର ବୈଠକ

କଂଗ୍ରେସ ସମେତ ସମସ୍ତ ୧୭ ଟି ବିରୋଧି ଦଳର ନେତୃବୃନ୍ଦ ମଣିପୁରରେ ମଇ ୩ ତାରିଖରେ ଘଟିଯାଇଥିବା ଲୋମ ହର୍ଷଣକାରୀ ବର୍ବରଚିତ ଓ ଅମାନବୀୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର କଟୁ ସମାଲୋଚନା କରିଥିଲେ । ଯେଉଁଭଳି ଭାବରେ ୩ ଜଣ ମହିଳାଙ୍କୁ ଉଲଗ୍ନ କରି ତାଙ୍କୁ ହଜାର ହଜାର ଲୋକଙ୍କ ଗହଣରେ ଚଲାଇ ଚଲାଇ ରାସ୍ତାରେ ନିଆଗଲା ଏବଂ ତାଙ୍କ ଗଣଧର୍ଷଣ କରାଗଲା ଏହା ମାନବ ଜାତି ପ୍ରତି ଅତି କ୍ରୁର ଉପହାସ ବୋଲି ପ୍ରଦେଶ କଂଗ୍ରେସ ସଭାପତି ସମେତ ସମସ୍ତ ନେତୃବୃନ୍ଦ ତାଙ୍କ ବିବୃତିରେ ପ୍ରକାଶ କରିଛନ୍ତି । କେନ୍ଦ୍ରର ବିଜେପି ସରକାର ଏ ସମସ୍ତ ଘଟଣାକୁ ସଂପୂର୍ଣ୍ଣ ଚପାଇ ଦେବାକୁ ଉଦ୍ୟମ କରିଥିଲା । ଦୀର୍ଘ ୮୪ ଦିନ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏଭଳି ଜଘନ୍ୟ ଘଟଣା ଉପରେ ତାଙ୍କର ତଥ୍ୟ ସଂସଦରେ ରଖୁନାହାନ୍ତି । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ଦ୍ୱିତୀୟଥର ପାଇଁ ରାଜ୍ୟର ସମସ୍ତ ଅଣବିଜେପି ଓ ବିଜେଡ଼ି ରାଜନୈତିକ ଦଳର ରାଜ୍ୟ ପଦାଧିକାରୀ ମାନଙ୍କର ଦ୍ୱିତୀୟ ବୈଠକ ଭୁବନେଶ୍ୱର ସ୍ଥିତ ଯଜାତି ହୋଟେଲର ମମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୧୭ଟି ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ ପ୍ରତିନିଧି ଯୋଗଦାନ କରିଥିଲେ । ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ସର୍ବଦଳୀୟ ବୈଠକର ଆବାହକ ଶ୍ରୀ ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଜଜେ୍ଞଶ୍ୱର ବାବୁ, ଲଲାଟେନ୍ଦୁ ମହାପାତ୍ର ଓ ରଜନୀ ମହାନ୍ତି ଏହି ବୈଠକରେ ରାଜ୍ୟ କଂଗ୍ରେସ ଦଳ ତରଫରୁ ଯୋଗଦାନ କରିଥିଲେ ଏବଂ ସିପିଆଇ (ଏମ) ରୁ ଅଳିକିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ସମୃଦ୍ଧ ଓଡ଼ିଶାରୁ ଯତୀଶ ମହାନ୍ତି, ସମାଜବାଦୀ ପାର୍ଟିରୁ ରବି ବେହେରା, ସଂଜୟ ନାୟକ, ଆର.ଜେ.ଡ଼ି ରୁ ହେମନ୍ତ କୁମାର, ସୌଦାମିନ୍ ମହାପାତ୍ର, ସି.ପି.ଆଇରୁ ଅଭୟ ସାହୁ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, , ସି.ପି.ଆଇ. ଏମ୍.ଏଲ.ରୁ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ଏନ୍.ସି.ପି.ରୁ ବିକ୍ରମ ସ୍ୱାଇଁ, ଫରୱାଡ଼ ବ୍ଲକରୁ ଜ୍ୟୋତିରଞ୍ଜନ ମହାପାତ୍ର, ସମତାକ୍ରାନ୍ତିରୁ ପ୍ରଭାତ ସାମନ୍ତରାୟ, ସିପିଆଇ ରେଡ୍ ଷ୍ଟାର ରୁ ଶ୍ରୀମତୀ ପ୍ରମିଳା ବେହେରା, ଆରପିଆଇ ରୁ ଶେଖ୍ ଅବଦୁଲ୍ଲ୍ ୱାଲ୍ଲି, ଟିଏମସି ରୁ ନନ୍ଦନ ପାଲ, ଆପ୍ରୁ ସଂଜୀବ ମହାନ୍ତି, ଜେଏମଏମ୍ ରୁ ଶିବାଜୀ ମୈାଳିକ୍ ଇତ୍ୟାଦି ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମଣିପୁରର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଜାଣିଶୁଣି ଚାପିଦେଇଥିଲେ । କିନ୍ତୁ ଏଭଳି ବର୍ବରଚିତ କାଣ୍ଡ ସହିତ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ମଣିପୁର ଘଟିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉନାହିଁ ଏବଂ ରାଷ୍ଟ୍ରପ୍ରତି ଶାସନ ଜାରୀ କାହିଁକି କରାଯାଉନାହିଁ ଏବଂ ରାଜ୍ୟର ବିଜେଡ଼ି ସରକାର ଏଭଳି ବର୍ବରଚିତ ଘଟଣାକୁ ନିନ୍ଦା ନ କରି ଚୁପ୍ କାହିଁକି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।  କୃଷକର ଅର୍ଥନୈତିକସ୍ଥିତି ଅତ୍ୟନ୍ତ ଦୟନୀୟ । ମହିଳାମାନଙ୍କ ପାଇଁ ଅତ୍ୟାଚାର ରାଜ୍ୟରେ ହୁହୁ ହୋଇ ବଢ଼ି ଚାଲିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ୧ ନମ୍ବର? ମଣିପୁରର ପୈଶାଚିକ ଘଟଣାକୁ ୮୩ ଦିନ ହେଲା ପରେ ମଧ୍ୟ ରାଜ୍ୟରେ ବିଜେଡ଼ି ସରକାର ଚୁପ୍ କାହିଁକି? ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ନବୀନ ସରକାର ଓ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ପରିବର୍ତନ କରିବା ପାଇଁ ମିଳିତ ମଞ୍ଚ ସାରା ରାଜ୍ୟରେ ଜନଆନ୍ଦୋଳନ ସୃଷ୍ଟି କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଜୋରଦାର ଲଢ଼େଇ କରିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଦିନ ଭୁବନେଶ୍ୱର ଏକ ହଜାରରୁ ଉର୍ଦ୍ଧ୍ୱ ସର୍ବଦଳର ନେତୃବୃନ୍ଦଙ୍କୁ ନେଇ ଏକ ସମ୍ମିଳନୀ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ସାମ୍ବାଦିକମାନଙ୍କୁ ଉଦ୍ବୋଧନ ମିଳିତ ମଞ୍ଚ ତରଫରୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନରେନ୍ଦ୍ର ମୋଦୀର ସରକାର ଭାରତ ବର୍ଷର ସମ୍ବିଧାନ, ସାମ୍ବିଧାନିକ ଅନୁଷ୍ଠାନ, ଗଣତନ୍ତ୍ର, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଅନୁଷ୍ଠାନ ଉପରେ ପ୍ରଚଣ୍ଡ ପ୍ରହାର କରିଚାଲିଛନ୍ତି । ଦୀର୍ଘ କିଛି ବର୍ଷର ଫାଶିବାଦର ମଞ୍ଜି ସାରା ଭାରତ ବର୍ଷରେ ବୁଣା ହୋଇଯାଇଛି । ଫଳସ୍ୱରୂପ ଆସନ୍ତା ଦିନମାନଙ୍କରେ ଭାରତ ବର୍ଷର ଗଣତନ୍ତ୍ରକୁ ଦୁର୍ବଳ କରିଦେବା ପାଇଁ ସମସ୍ତ ଚକ୍ରାନ୍ତ ବିଜେପି ଦଳ କରୁଛି । ଏହି ଚକ୍ରାନ୍ତକୁ ଯେମିତି ହେଲେ ପଣ୍ଡ କରିବାକୁ ପଡ଼ିବ । ଏଥିପାଇଁ ଆମ ସମସ୍ତଙ୍କୁ ଏକହୋଇ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢ଼େଇ କରିବାକୁ ହେବ । ରାଜ୍ୟରେ ଦିର୍ଘ ୨୫ ବର୍ଷ ଭିତରେ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ରାଜ୍ୟକୁ ଗରୀବ ରାଜ୍ୟ ରୂପରେ ପରିଗଣିତ କରିଛନ୍ତି । ରାଜ୍ୟରେ ଯୁବକମାନଙ୍କ ଭବିଷ୍ୟତ ଅନ୍ଧକାର । ଲକ୍ଷ ଲକ୍ଷ ଯୁବକ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବା ପାଇଁ ଯାଉଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରାଥମିକ ଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଠପ୍ ହୋଇଯାଇଛି । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ସର୍ବଦଳୀୟ ବୈଠକର ଆବାହାକ ଶ୍ରୀ ପ୍ରସାଦ ହରିଚନ୍ଦନ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳର ନେତୃବୃନ୍ଦଙ୍କୁ ଧନ୍ୟବାଦ ସେବା ସହିତ ଦେଶ ଓ ରାଜ୍ୟକୁ ରକ୍ଷା କରିବା ପାଇଁ ତାଙ୍କର ଏ ଦୁର୍ବାର ନିଷ୍ପତିକୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!