Tuesday, August 23, 2022
Homeଜଗନ୍ନାଥ ପ୍ରସାଦ:୨୫.୦୭.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରର ପ୍ର

ଜଗନ୍ନାଥ ପ୍ରସାଦ:୨୫.୦୭.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରର ପ୍ର

ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର  ଡାକ୍ତର ଶଙ୍କର ନାରାୟଣ ବେହେରା, ବରିଷ୍ଠ ଯକ୍ଷ୍ମା ପର୍ଯ୍ୟବେକ୍ଷକ ପ୍ରଭାକର ଶତପଥୀ, ଶୁଭକାମନା ଟ୍ରଷ୍ଟ ଉପଦେଷ୍ଟା ଜଗନ୍ନାଥ ପଣ୍ଡା, ସଭ୍ୟ ଉମାକାନ୍ତ ପ୍ରଧାନ,ପ୍ରଦୀପ ସାହୁ, ଡାକ୍ତର ରାଉତ ଏବଂ ମହାଲକ୍ଷ୍ମୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ବେହେରା ଙ୍କ ଉପସ୍ଥିତି ରେ 30 ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଛି ।  ଆଜି ଧରାକୋଟ ସେକ୍ଟର ଅନ୍ତର୍ଗତ ମୁଣ୍ଡମରାଇ,କୁସରାବ, ଓଳମ୍ୱା, ଢ଼ଉଗାଁ, ରେଡି ଦାମୋଦର ପଲି, ବାହାରପୁର, ବରଡ଼ାବିଲି ଓ ଧରାକୋଟ ସ୍ବାସ୍ଥ୍ୟ ଉପକେନ୍ଦ୍ର ରେ 30 ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପେକେଟ ବଣ୍ଟନ କରାଯାଇଥିଲା । ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ 65 ଜଣ ଯକ୍ଷ୍ମା ରୋଗୀଙ୍କୁ ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ମନୋଜ କୁମାର ରଥ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ଉତ୍ତର ଦାୟିତ୍ୱ ଗ୍ରହଣ କରିବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟ ରେ 30 ଜଣକୁ ଏହା ବଣ୍ଟନ କରାଯାଇଥିବା ବେଳେ ଆସନ୍ତା ସପ୍ତାହ ରେ 35 ଜଣକୁ ଏହା ବଣ୍ଟନ କରାଯିବ । ଆଜିର କାର୍ଯ୍ୟକ୍ରମରେ ସି ହେଚ ଓ ରିତୁମା ପ୍ରଧାନ, କୁମଲିନ ଏକା, ସ୍ବାସ୍ଥ୍ୟ କର୍ମୀ ସୁଶ୍ରୀ ସୁକାନ୍ତି ମହାକୁଡ଼,ବବିତା ପ୍ରଧାନ, ମନିଷା ବିଶ୍ୱାସ,କୁମାରୀ ମହାନ୍ତି ଓ ଉର୍ମିଳା ଦେବୀ ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!