Tuesday, August 23, 2022
Homeଧୂମପାନ ନିଷେଧ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧୂମପାନ ନିଷେଧ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗନ୍ନାଥ ପ୍ରସାଦ:୨୫.୦୭.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରର ପ୍ରକୋଷ୍ଠ ନଂ- ୯ ରେ ଧୂମପାନ ନିଷେଧ ସଚେତନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଓ ମୋ କଲେଜ ଅଭିଯାନ ତରଫରୁ ଆୟୋଜିତ ଏହି ସଚେତନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଅବଗତ କରାଇବା ସହ ଧୂମପାନ ଦ୍ଵାରା ଯୁବ ସମାଜ କିପରି ଲକ୍ଷ୍ୟ ଭ୍ରଷ୍ଟ ହେଉଛି ସେ ସମ୍ପର୍କରେ ସତର୍କ ହେବା ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ, ପରିବାର, ସମ୍ପର୍କୀୟ ମାନଙ୍କୁ ଧୂମପାନ ସେବନ କରିବାକୁ ବାରଣ କରିବା, ପରିବାରରେ ସୁସ୍ଥ ବାତାବରଣ ବଜାୟ ରଖିବାରେ ଆମ୍ଭେ ମାନେ ଚେଷ୍ଟିତ ହେବା ଆବଶ୍ୟକ, ଏଥିପାଇଁ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ବିନୋଦ କୁମାର ଦାସ, ଅଧ୍ୟାପକ ଅର୍ଥନୀତି ବିଭାଗ, ଯୁବ ରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପତ୍ରୋ ଓ ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଫଳ ରୂପାୟନ କରିବାରେ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ ଓ କଲେଜର ସମସ୍ତ କର୍ମଚାରୀଙ୍କ  ସହିତ ସ୍ବେଚ୍ଛାସେବୀ ପି. କ୍ରିଷ୍ଣା ରାଓ, କେଶବ ନାଇକ, ସୁଜାତା ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ପୁଷ୍ପାଞ୍ଜଳି ଗୌଡ଼ ଓ ବର୍ଷା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!