ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଗଜିଆଗୁଡା ଗ୍ରାମର ଶିବ ମନ୍ଦିରରୁ ଏକ ୩ଫୁଟିଆ ବଜ୍ରକୋପ୍ତା ଉଦ୍ଧାର କରିଛି ଚିତ୍ରକୋଣ୍ଡା ବନ ବିଭାଗ । ବଜ୍ରକୋପ୍ତାର ଲମ୍ବା ୩ଫୁଟ ଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଓ ସୁରକ୍ଷିତ ଥିବା କହିଛି ବନ ବିଭାଗ । ଜଙ୍ଗଲରେ ଅତ୍ୟଧିକ ବର୍ଷା ଯୋଗୁଁ ଗୋଜିଆଗୁଡା ଶିବ ମନ୍ଦିର ପାଖରେ ରହିବାକୁ ଚାଲିଆସିଥିବା ଜଣା ପଡିଥିବା ବେଳେ ସମ୍ପୂର୍ଣ୍ଣ ତଦନ୍ତ ପରେ ପୁଣି ଜଙ୍ଗଲରେ ଛାଡି ଦିଆଯିବ ବୋଲି କହିଛି ବନ ବିଭାଗ