ବଡ଼ସାହି,: ବଡ଼ସାହି ବ୍ଲକ ଅଧୀନ ବୀରେଶ୍ଵରପୁର ପଞ୍ଚାୟତ
ଭରତଚନ୍ଦ୍ରପୁର ୟୁଥ କ୍ଲବ ଆନୁକୂଲ୍ୟରେ ତୃତୀୟ ବାର୍ଷିକ ଏକ ଦିବସୀୟ ଫୁଟବଲ
ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୮ଟି ଦଳ ଅଂଶ ଗ୍ରହଣ
କରିଛନ୍ତି। ଖେଳରେ ନାଏକ ଏଣ୍ଡ ନାଏକ ଫୁଟବଲ ଦଳ ଓ ବନଦୁର୍ଗା ଏଫ.ସି
ଫୁଟବଳ ଦଳ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମ୍ୟାଚର ନିର୍ଦ୍ଧାରିତ ସମୟ ମଧ୍ୟରେ
ବନଦୁର୍ଗା ଏଫ ସି ୧-୦ଗୋଲରେ ନାଏକ ଏଣ୍ଡ ନାଏକ ଦଳକୁ ହରାଇ ଚଳିତ ବର୍ଷ
ଚାମ୍ପିଅନ ହୋଇଛି । ଏହି ଅବସରରେ ଚମ୍ପିଆନ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ
କରିବା ପାଇଁ ଏକ ପୁରସ୍କାର ବିତରଣୀ ଉତ୍ସବ ୟୁଥ କ୍ଲବର ସଭାପତି ସାଇବା ମୁର୍ମୁଙ୍କ
ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏଥ୍ରେ ମୁଖ୍ୟ ଅତିଥ୍ ଭାବେ ବଡସାହିର
ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର, ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ କାଞ୍ଚନ
ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ନିହାର
ରଞ୍ଜନ ମହାପାତ୍ର, ଉପସଭାପତି ରବୀନ୍ଦ୍ର ମାଝୀ ଓ ସହ ସମ୍ପାଦକ ନନ୍ଦକିଶୋର
ହାଁସଦା ପ୍ରମୁଖ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଚମ୍ପିଆନ ଦଳକୁ ୫୦
ହଜାର ଓ ରନର୍ସ ଅପ୍ ଦଳକୁ ୪୦ହଜାର ଟଙ୍କାର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ
ମଧ୍ୟରେ ଦିଗାମ୍ବର ମହାନ୍ତ, ବିକ୍ରମ ସରେନ, ବିଦ୍ୟାଧର ସିଂ, ସୂର୍ଯ୍ୟନାରାୟଣ ମୁର୍ମୁ,
ପୂର୍ଣ୍ଣଚନ୍ଦ୍ର ବାସ୍କେ, ଶୁଭେନ୍ଦୁ ମହାନ୍ତ, ରାମଚନ୍ଦ୍ର ଟୁଡୁ ଓ ମଙ୍ଗଲ ମହାନ୍ତଙ୍କ ସମେତ
କ୍ଲବର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଛନ୍ତି।