Tuesday, August 23, 2022
Homeଏସିଆନ ଗେମ୍ସରେ ଖେଳିବା ପାଇଁ ସୁଯୋଗ ପାଇଲେ ଆଦିବାସୀ ଝିଅ

ଏସିଆନ ଗେମ୍ସରେ ଖେଳିବା ପାଇଁ ସୁଯୋଗ ପାଇଲେ ଆଦିବାସୀ ଝିଅ

ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ଗ୍ରାମର ଧର୍ମେନ୍ଦ୍ର ଶବର ଓ ଶାନ୍ତି ଶବରଙ୍କ୍ ଝିଅ ସ୍ୱେତାସିନି ଶବର ଭାରତୀୟ ସଫ୍ଟ ବଲରେ ସ୍ଥାନ ପାଇ ଏସିଆନ ଗେମ୍ସରେ ଖେଳିବାର ଗୌରବ ଆଣି ଦେଇଛନ୍ତି। ଭାରତ ପ୍ରଥମ ଥର ଏହି ପ୍ରତିଯୋଗିତା ପାଇଁ ନିଜ ଦଳ ପଠାଉଛି। ଏଥିରେ ଗୁମା ବ୍ଲକ ଭଳି ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଜଣେ ଝିଅ ଭାରତୀୟ ଦଳରେ ପ୍ରତିନିଧିତ୍ଵ କରିବା ଗଜପତି ଜିଲ୍ଲା ଏବଂ ଓଡ଼ିଶା ରାଜ୍ୟ କୁ ଗୌରବ ଆଣିଛି । ସେ ପୂର୍ବରୁ ଭାରତୀୟ କନିଷ୍ଟ ଦଳ ପାଇଁ ୨୦୧୭ମସିହାରେ ଖେଳିଛନ୍ତି। ଏହି ପ୍ରତିଭାବାନ କ୍ରୀଡାବିତ ୨୦୨୦ମସିହାରେ ଭାରତୀୟ ବେସ ବଲ ଦଳରେ ସାମିଲ ହେବାର କୃତିତ୍ବ ହାସଲ କରିଥିଲେ I ସେ ଭୁବନେଶ୍ୱର କିସ ଠାରେ ଅଧ୍ୟୟନ କରୁଛନ୍ତି। ସେଠାରୁ ସେ ପ୍ରଥମେ କ୍ରିଡାପ୍ରତି ଆକର୍ଷିତ ହୋଇଥିଲେ ଏବଂ ଧୀରେ ଧୀରେ ସଫଳତା ହାସଲ କରି ଆଜି ଜଣେ ଆନ୍ତର୍ଜାତିକ ସ୍ତରରେ ଖେଳାଳି ଭାବେ ମର୍ଯ୍ୟାଦା ହାସଲ କରି ଗୌରବ ଆଣିଛନ୍ତି।ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପଳଙ୍କ ଦ୍ବାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇଛି। ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ଭବିଷ୍ୟ ସଫଳତା କାମନା କରି ତାଙ୍କୁ ସମସ୍ତ ପ୍ରକାର ସହଯଗ ଜିଲ୍ଲା ପ୍ରଶାସନ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ I ସ୍ୱେତାସିନି ଶବର ଆଗାମୀ ଏସିଆନ ଗେମ୍ସରେ ଭାରତ କୁ ସଫଳ କରିବା ପାଇଁ ସେ ତାଙ୍କର ଶତପ୍ରତିଶତ ଅବଦାନ ଦେବେ , ଏବଂ ଭାରତ ସଫଳ ହେବବୋଲି ସେ ଦୃଢ ବିଶ୍ୱାସ ରଖିଛନ୍ତି. ଭାରତ ଏହି ପ୍ରତିଯୋଗିତା ରେ ସ୍ଵର୍ଣ୍ଣ ପଦକ ବିଜୟୀ ହାସଲ କରିବ ବୋଲି ଦୃଢ ବିଶ୍ବାସ ର ସହ ସେ କହିଛନ୍ତି. ସେ ତାଙ୍କର ସମସ୍ତ ଶ୍ରେୟ କିସ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ , ପିତା ମାତା ଏବଂ ଗୁରୁଜନଙ୍କ ଦେଇ ଅଛନ୍ତି । ଏହି ଅବସରରେ ବିଜେଡ଼ି ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟ ସାଧାରଣ ସମ୍ପାଦକ ପଲ୍ଲବ ଲିମ୍ମା ସ୍ୱେତାସିନି ଶବରଙ୍କୁ କୃତଜ୍ଞତା ଜଣାଇ ଅହିଥିଲା ସ୍ୱେତାସିନି କେବଳ ଗଜପତି ର ଗୌରବ ନୁହେଁ ସେ ବର୍ତମାନ ପୁରା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିଛନ୍ତି ଏବଂ ଯୁବା କ୍ରୀଡ଼ାପ୍ରେମୀ ମାନଙ୍କ ପାଇଁ ଏକ ଉଦ୍ଧାରଣ ସାଜିଛନ୍ତି I

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!