Tuesday, August 23, 2022
Homeଦାମନଯୋଡିରେ ନୂଆ ରୂପରେ ଶ୍ରାବଣ ଛତୁ

ଦାମନଯୋଡିରେ ନୂଆ ରୂପରେ ଶ୍ରାବଣ ଛତୁ

ମଙ୍ଗଳବାର ଦାମନଯୋଡିର ଆରାଧ୍ୟା ଦେବୀ ମା'କଣ୍ଟାବାଉଁଶୁଣୀଙ୍କ ପୀଠର ପ୍ରବେଶ ଦ୍ଵାର ନିକଟରେ ଏକ ସ୍ୱତନ୍ତ୍ର ଧରଣର ଶ୍ରାବଣ ଛତୁ ଦେଖାଯାଇଥିଲା।ଏକ ଶ୍ରାବଣ ଛତୁ ଓ ଏହା ଚତୁଃପାର୍ଶ୍ଵରେ ଏହାକୁ ବେଢ଼ି ରହିଥିଲା ଧଳା ରଙ୍ଗର ମଶାରୀ ଭଳି ପଦାର୍ଥ। ସତେ ଯେମିତି ଛତୁ ରୂପୀ ରାଜା/ରାଣୀଙ୍କୁ ଦୁର୍ଗ ଭଳି ବେଢ଼ି ରହିଥିଲା ଏହି ଜିନିଷ।ମଙ୍ଗଳବାର ଥିବାରୁ ମା'ଙ୍କ ପୀଠକୁ ଆସିଥିବା ବହୁ ଶ୍ରଦ୍ଧାଳୁ ଏହା ଅଲୌକିକ,ଦୈବୀକୃତ ବୋଲି କହିଥିଲେ।ସେମିଳିଗୁଡା ବ୍ଲକର ପୂର୍ବତନ କୃଷି ଓଭରସିୟର ମଧୁସୂଦନ ପଣ୍ଡାଙ୍କ କହିବାନୁଯାୟୀ ଏହା ସେହି ଶ୍ରାବଣ ଛତୁର ଏକ ରୂପ।ଏହା ଏ ଅଞ୍ଚଳରେ ଶ୍ରାବଣ ଛତୁ ଫୁଟିବା ଆରମ୍ଭ ହେବାର ସୂଚନା ଦେଇଥାଏ।ଜାଲି ଭଳି ଦିଶୁଥିବା ଜିନିଷ ମଧ୍ୟ ସେହି ଛତୁ ଦ୍ରବ୍ୟ (ଫଙ୍ଗସ୍)।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!