Tuesday, August 23, 2022
Homeଗଜପତି ରୁ ବିହାର ଲମ୍ବିଛି ଚେର, ଧୋବଜା ଟ୍ରକ ଭିତରୁ ୧୭ ବସ୍ତା ଗଞ୍ଜେଇ ଜବତ

ଗଜପତି ରୁ ବିହାର ଲମ୍ବିଛି ଚେର, ଧୋବଜା ଟ୍ରକ ଭିତରୁ ୧୭ ବସ୍ତା ଗଞ୍ଜେଇ ଜବତ

ରବିବାର ସନ୍ଧ୍ୟା ସମୟରେ ପାଟପୁର ଥାନାର ଏସ ଆଇ ଶ୍ରୀନିବାସ ଦାସ, ଏ ଏସ ଆଇ ପରମେଶ୍ବର ମାଲିକ ଷ୍ଟାଫଙ୍କ ସହ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଧୋବଜା ବୋଝେଇ ଟ୍ରକ୍ରୁରୁ ୧୭ ଗୋଟି ବସ୍ତା ଗଞ୍ଜେଇ ସହିତ ଡ୍ରାଇଭରଙ୍କୁ ଗିରଫ କରିଛି ପାଟପୁର ପୋଲିସ l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ରବିବାର ସନ୍ଧ୍ୟାରେ ପେଟ୍ରୋଲିଙ୍ଗ ବେଳେ ଟ୍ରକରେ ଗଜପତିରୁ ଗଞ୍ଜେଇର ଚୋରା ଚାଲାଣ ହେଉଥିବାର ଖବର ପାଇ ଗାଡି ତାଲାସୀ କରିଥିଲେ l ତାଲାସୀ ସମୟରେ ଗୋଟାଏ ଧୋବାଜା ବୋଝଇ ଟ୍ରକ ଯାହାର ନମ୍ବର BR06GB5508 ଭିତରେ ୧୭ ବସ୍ତା ଗଞ୍ଜେଇ ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲଙ୍କୁ ଖବର ଦେଇଥିଲେ l ଘଟଣା ପରେ ବ୍ରହ୍ମପୁର ଅରିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା l ସେଥିରେ ୫୮୭ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଥିବାର ଜଣା ପଡିଥିଲା l ଯାହାର ବଜାରର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି l ଅଭିଯୁକ୍ତ ଡ୍ରାଇଭର ମଧୁସୂଦନ କୁମାର ସିଂକୁ ଗିରଫ କରି ପାଟପୁର ଥାନା କେଶ ନମ୍ବର 462 DTD.24/07/23 U/S 20(b)(ii)(C) of NDPS Act. ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛନ୍ତି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!